ବୀରମହାରାଜପୁର ସରକାରୀ ବାଳକ ଉଚ୍ଚବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ
ବୀରମହାରାଜପୁର : ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ବୀରମହାରାଜପୁରରେ , ଶୁକ୍ରବାର ବାର୍ଷିକ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି l ନିକଟସ୍ଥ ଦୁର୍ଗା ମନ୍ଦିର ରୁ ମଶାଲ ଶୋଭଯାତ୍ରା ବାହାରି ବିଦ୍ୟାଳୟ ର ଖେଳପଡ଼ିଆ ରେ 100 ମି,200 ମି , 400 ମି , 1500 ମି , ଦୌଡ଼ ସହ ଲମ୍ୱ ଡିଆ , ଉଚ୍ଚ ଡିଆଁ, ସଟପୁଟ, ଡିସ୍କସ , ମ୍ୟୁଜିକ ଚେୟାର , ଫେନ୍ସି ଡ୍ରେସ ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l
ଉଦଯାପନୀ ଉତ୍ସବ ରେ ପ୍ରଧାନଶିକ୍ଷକ ନିରଞ୍ଜନ ଦାଶ ଙ୍କ ଅଧ୍ୟକ୍ଷତା ରେ ବୀରମହାରାଜପୁର ମହାବିଦ୍ୟାଳୟ ର ଅବସରପ୍ରାପ୍ତ କ୍ରୀଡା ଅଧ୍ୟାପକ ନରୋତ୍ତମ ଚାନ୍ଦ ମୁଖ୍ୟ ଅତିଥି , ଅର୍ଗସ ନ୍ୟୁଜ ର ସାମ୍ୱା ଦିକ ସତ୍ୟବ୍ରତ ପ୍ରଧାନ ଓ କ୍ରୀଡାବିତ୍ ସିଦ୍ଧାର୍ଥ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କ୍ରୀଡା ବାର୍ତ୍ତା ପ୍ରଦାନ କରିବା ସହ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ l ଦଶମ ଶ୍ରେଣୀ ର ଛାତ୍ର କମଳ ନାଏକ ଚମ୍ପିୟାନ ଭାବେ ପୁରସ୍କୃତ ହୋଇଥିଲେ l ଶିକ୍ଷକ ବୈକୁଣ୍ଠ ନାୟକ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ, ଖେଳ ଶିକ୍ଷକ ଦୀନବନ୍ଧୁ ଛିଚୁଆନ ବାର୍ଷିକ କ୍ରୀଡା ବିବରଣୀ ପ୍ରଦାନ କରିଥିଲେ l ସମସ୍ତ ଶିକ୍ଷକ କର୍ମଚାରୀ ଓ ଛାତ୍ର ମାନେ ସକ୍ରିୟ ସହଯୋଗ କରିଥିଲେ l

