ବୀରମହାରାଜପୁର ଧନୁଯାତ୍ରା ମହୋତ୍ସବ ପାଇଁ ଶୁଭସ୍ତମ୍ଭ ସ୍ଥାପିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି l ବୀରମହାରାଜପୁର ଧନୁଯାତ୍ରା କମିଟି ସଭାପତି କିଶୋର ହୋତା କର୍ତ୍ତା ଭାବରେ ପୂଜା ରେ ବସି ଶୁଭସ୍ତମ୍ଭ କଳସ କୁ ପୂଜା କରିଥିଲେ l ପୁରୋହିତ ରବି ଚନ୍ଦ୍ର ପୁରୋହିତ ବେଦମନ୍ତ୍ର ପାଠ କରି ପୂଜାକାର୍ଯ୍ୟ ସମାପନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ଧନୁଯାତ୍ରା ମହୋତ୍ସବ କମିଟି ସଂସ୍କୃତିକ ସମ୍ପାଦକ ଚିନ୍ମୟ କୁମାର ସାହୁ, ସହ ସମ୍ପାଦକ ସୁରୁବାବୁ ପଧାନ , କୋଷାଧକ୍ଷ ଅବିନାଶ ଥନାପତି, ଶୁଭମ ବେହେରାମାଳୀ, ଧନମାଳୀ ଭୋଇ, ସୁଜ୍ଞାନ ଆର୍ଯ୍ୟ ବର୍ତ୍ତନ ହୋତା ଆକାଶ ଥନାପତି, ଅମିତ କୁମାର ପଧାନ ପ୍ରମୁଖ ଉପସ୍ଥିତ ଥିଲେ l ଆସନ୍ତା ଜାନୁୟାରୀ ୨୭ ଠାରୁ ଫେବୃଆରୀ ୪ ପର୍ଯ୍ୟନ୍ତ ଧନୁଯାତ୍ରା ଅନୁଷ୍ଠିତ ହେବ l ମିନlବଜାର ସାଙ୍ଗକୁ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l

