ସୁବଳୟା କଲ୍ଯାଣ ମଣ୍ଡପ ଠାରେ ବରିଷ୍ଠ ନାଗରିକ ସଂଘ ର ପ୍ରତିଷ୍ଠା ଦିବସ ପାଳିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା କଲ୍ୟାଣମଣ୍ଡପ ଠାରେ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ପ୍ରତିଷ୍ଠା ଦିବସ ଶନିବାର ପାଳିତ ହୋଇଯାଇଛି I ଏହି ପ୍ରତିଷ୍ଠା ଦିବସ ରେ ମୁଖ୍ୟଅତିଥି ଭାବରେ ଡ଼. ପ୍ରଫୁଲ୍ଲ କୁମାର ରଥ (ବୀରମହାରାଜପୁର) ଯୋଗ ଦେଇ ତାଙ୍କ ବକ୍ତବ୍ୟ ରେ ସମସ୍ତ ବରିଷ୍ଠ ନାଗରିକ ସରକାର ଙ୍କ ଦ୍ୱାରା ପ୍ରଦାନ କରା ଯାଉଥିବା ସୁଭିଧା ସୁଯୋଗକୁ ହାସଲ କରିବା ପାଇଁ ଯତ୍ନ ନେବା ଆବଶ୍ୟକ ବୋଲି ମତ ବ୍ୟକ୍ତ କରିଥିଲେ l ସମ୍ମାନିତ ଅତିଥି ବୀରମହାରାଜପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ହେମନ୍ତ କୁମାର ରାଓ ବରିଷ୍ଠ ନାଗରିକ ମାନେ ଯେତେବେଳେ ଚାହିଁବେ ପୋଲିସ ତାଙ୍କୁ ସେବା ଯୋଗାଇ ଦେବା ପାଇଁ ପ୍ରସ୍ତୁତ ଅଛି ବୋଲି ପ୍ରତିଶୃତି ଦେଇଥିଲେ l ସୁବଳୟା ଥନା ଅଧିକାରୀ ସୁଶାନ୍ତ କୁମାର ପଧାନ ଓ ବରିଷ୍ଠ ନାଗରିକ ସଂଘର ସଭାପତି ଭୋଳା ନାଥ କର୍ମୀ , ସମ୍ପାଦକ ଗୌରାଙ୍ଗ ମହାପାତ୍ର , ପୂର୍ବତନ ସଭାପତି ନାରାୟଣ ପ୍ରସାଦ ମିଶ୍ର ଓ ଉପଦେଷ୍ଟା ଆଇନ ଜିବି ନନ୍ଦ କିଶୋର ମିଶ୍ର ମଂଚାସୀନ ଥିବ ବେଳେ ମଞ୍ଚ ପରିଚାଳନା ସୁରେନ୍ଦ୍ର କୁମାର ସାହୁ କରିଥିଲେ l ଏହି ପ୍ରତିଷ୍ଠା ଦିବସ ଅବସରରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଗୋଟିଏ ସ୍ଥାୟୀ କାର୍ଯ୍ୟାଳୟ ରାଜ୍ୟ ସରକାର ଙ୍କୁ ଯୋଗାଇଦେବା ପାଇଁ ଦୃଢ଼ ଦାବୀ କରୁଥିବା ଜଣାଯାଏ l ସମସ୍ତ ବକ୍ତା ବରିଷ୍ଟ ନାଗରିକଙ୍କ ନିଷ୍ଠା ଓ କର୍ତବ୍ୟ ଉପରେ ଆଲୋଚନା କରିଥିଲେ l ଏହି ପ୍ରତିଷ୍ଠା ଦିବସରେ ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ପ୍ରମୋଦ ମହାପାତ୍ର , ବରିଷ୍ଠ ନାଗରିକ ସଂଘ ଉପସଭାପତି ନିତ୍ୟାନନ୍ଦ ମହାପାତ୍ର , ଯୁଗ୍ମ ସମ୍ପାଦକ ଦୀନବନ୍ଧୁ ମଲିକ , ଘନଶ୍ୟାମ ଦାଶ ବିନୋଦ ମହାପାତ୍ର , . ଜଗନ୍ନାଥ ନାଏକ , ରମେଶ ମହଣା , ରଥି ମେହେର ପ୍ରମୁଖ ଉପସ୍ଥିତ ଥିଲେ l ଆଗାମୀ ଦିନରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କୁ ଭେଟି ସ୍ଥାୟୀ କାର୍ଯ୍ୟାଳୟ ଟିଏ ଯୋଗାଇବା ପାଇଁ ଦାବୀ କରାଯିବ ବୋଲି ସଂଘ ସଭାପତି ଭୋଳା ନାଥ କର୍ମୀ ପ୍ରକାଶ କରିଛନ୍ତି l

