Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବିତ ଘଟଣା; କାରଣ ସ୍ପଷ୍ଟ କଲା ବିଜେଡି

ଭୁବନେଶ୍ୱର, 18।1 : ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ଘଟଣା। ନିଲମ୍ବନ ପଛର କାରଣ ସ୍ପଷ୍ଟ କରିଛି ବିଜେଡି । ସାମ୍ନାକୁ ଆସିଲା ପ୍ରକୃତ ତଥ୍ୟ। ଦଳର ସାଧାରଣ ସମ୍ପାଦକ ଅମରେଶ ପତ୍ରୀଙ୍କ କହିବା ଅନୁଯାୟୀ, ଗତ ୨୨ ମାସ ହେଲା ଗୁଇନ୍ଦା ରିପୋର୍ଟ ନିଆଯାଉଥିଲା । ରିପୋର୍ଟରୁ ଜଣାପଡ଼ିଲା ଯେ,ବିଧାୟକ ଅରବିନ୍ଦ ମହାପାତ୍ର ଯେବେଠାରୁ ଟିକେଟ୍ ପାଇଥିଲେ ସେବେଠାରୁ ହିଁ ପରଦିନଠୁ ଦଳ ସହ ବିଶ୍ୱାସ ଘାତକତା କରିଥିଲେ । ଏପରିକି ସାଂସଦ ପ୍ରାର୍ଥୀଙ୍କୁ ଦଳ ହରାଇବାର ଷଡ଼ଯନ୍ତ୍ର ମଧ୍ୟ ରଚିଥିଲେ ଅରବିନ୍ଦ। ତାଙ୍କର ରାଜନୈତିକ କାର୍ଯ୍ୟକ୍ରମରେ ଦଳୀୟ ଚିହ୍ନ କିମ୍ବା ସଭାପତି ନବୀନ ପଟ୍ଟନାୟକଙ୍କ ଫଟୋ ବି ରହିନଥିଲା । କେବଳ ସେତିକି ନୁହେଁ, ପଞ୍ଚାୟତରେ ଦଳର ଲୋକଙ୍କୁ ହଟାଇ ନିଜ ଅନୁସାରେ ଲୋକଙ୍କୁ ଅରବିନ୍ଦ ରଖୁଥିଲେ। ଏନେଇ ଅଭିଯୋଗ କରିଛନ୍ତି ବିଜେଡି ସାଧାରଣ ସମ୍ପାଦକ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଅନେକ ସମୟରେ ଯୁବ ପ୍ରତିଭାଙ୍କୁ ସୁଯୋଗ ଦେଇଛନ୍ତି । ରାଜନୀତି କ୍ଷେତ୍ରରେ ଓଡ଼ିଶାର ଉନ୍ନତି ପାଇଁ ଆଗକୁ ବଢ଼ିବାକୁ ଦଳର ଅନେକ ଗୁରୁତ୍ଵପୂର୍ଣ୍ଣ ପଦପଦବୀରେ ମଧ୍ୟ ରଖିଛନ୍ତି। କିନ୍ତୁ ଦୁର୍ନୀତି ଓ ବିଶ୍ୱାସଘାତକ ଯୋଗୁଁ ନିଷ୍ପତ୍ତି ଏପରି ନିଆଯାଇଛି। ଏହି କାରଣରୁ ଦୁଇ ବିଧାୟକଙ୍କୁ ନିଲମ୍ବନ କରାଯାଇଛି। ବିନା କୌଣସି ତଥ୍ୟରେ ଦଳର ସଭାପତି ଏପରି ନିଷ୍ପତି ନିଅନ୍ତି ନାହିଁ ବୋଲି ସେ କହିଛନ୍ତି।

ସେ ପୁଣି କହିଛନ୍ତି ଯେ, ଅରବିନ୍ଦ ଦଳ ସହ ବିଶ୍ୱାସଘାତକ କରିବା ସହିତ ପାଟକୁରାବାସୀଙ୍କ ସହ ମଧ୍ୟ ବିଶ୍ୱାସଘାତକ କରିଛନ୍ତି। ୨୫ ବର୍ଷ ତଳେ ତାଙ୍କ ବାପା ଯାହା କରିଥିଲେ ତାକୁ ଭୁଲି ଦଳର ସୁପ୍ରିମୋ ତାଙ୍କୁ ଟିକେଟ ଦେଇଥିଲେ କିନ୍ତୁ ଟିକେଟ ପାଇ ଜିତିବା ପରେ ପ୍ରଥମ ଦିନରୁ ଆରମ୍ଭ ହେଲା ତାଙ୍କର ଏହି କାମ। ଟିକେଟ ମିଳିବା ସମୟରେ ସେ ସାଂସଦ ପ୍ରାର୍ଥୀଙ୍କୁ ହରେଇବାକୁ ଷଡଯନ୍ତ୍ର ରଚିଥିଲେ ବୋଲି ଅମରେଶ ପତ୍ରୀ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ