Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରେମ ପାଇଁ ନିଜ ମା’କୁ ହତ୍ୟା କଲା ପୁଅ; ହତ୍ୟା କରି ଘର ପାଣି ଟାଙ୍କିରେ ଫିଙ୍ଗିଦେଲା

ଚଣ୍ଡିଗଡ଼, ୧୮।୧: ପ୍ରେମ ପାଇଁ କିଏ କେତେ କଣ କରନ୍ତି। କିଏ ପ୍ରେମକୁ ପାଇବା ପାଇଁ ତ୍ୟାଗ କରେ ତ ପୁଣି କିଏ ସେ ସମ୍ପର୍କ କୁପାଇବା ପାଇଁ କାହାର ଜୀବନ ବି ନେବାକୁ ପଛାଏ ନାହିଁ।ପ୍ରେମକୁ ପାଇବାକୁ ଲୋକେ କିଛି ବି କରିବସନ୍ତି । କିଏ ପ୍ରେମକୁ ପାଇବା ପାଇଁ ଟାୱାର ଉପରେ ଚଢିଲାଣି ତ ପୁଣି କିଏ ପ୍ରେମରେ ପ୍ରତାରଣାର ଶିକାର ହୋଇ ନିଜ ଜୀବନ ତ୍ୟାଗ କଲାଣି। କିନ୍ତୁ ଆମେ ଆଜି ପ୍ରେମର ଏକ ଅଦ୍ଭୁତ କାହାଣୀ ବିଷୟରେ କହିବୁ ଯାହା ଶୁଣିଲେ ଆପଣ ସ୍ତବ୍ଧ ହୋଇଯିବେ।ପ୍ରେମକୁ ପାଇବା ପାଇଁ ଜଣେ ପୁଅ ନିଜ ମା’ର ଗଳା କାଟିବାକୁ ବି ପଛାଇ ନାହାନ୍ତି । ପ୍ରେମକୁ ପାଇଁ ଜଣେ ପୁଅ ନିଜ ଜନ୍ମ କଲା ମାର ହତ୍ୟା କରୁଛି ତାକୁ କ’ଣ ପ୍ରେମ କୁହାଯାଇ ପାରିବ କି?

ଯେଉଁ ମା ୧୦ ମାସ ୧୦ ଦିନ ଧରି ଗର୍ଭ ଯନ୍ତ୍ରଣା ସହି ଜନ୍ମ କରି ଛୋଟ ରୁ ବଡ କଲା ସେ ମା କୁ ପୁଅ ହତ୍ୟା କରିବା ପୂର୍ବରୁ କ୍ଷଣିକ ପାଇଁ ଭାବିଲା ନାହିଁ। ଯେଉଁ ମା’ ତାକୁ ଖୁଆଇ ପିଆଇ ରାତି ରାତି ଅନିଦ୍ରା ରହି ମଣିଷ କରିଛି, ଆଜି ସେ ପୁଅ ତା’ ପ୍ରେମିକା ପାଇଁ ମା’ର ନିସ୍ଵାର୍ଥପର ଭଲପାଇବାକୁ ଭୁଲିଛି । ପ୍ରେମ ପାଇଁ ନିଜ ପ୍ରଥମ ମା କୁ ହତ୍ୟା କରିଛି ପୁଅ । ହରିୟାଣାର ଯମୁନାନଗରରୁ ଏଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଯାହା ସମ୍ପର୍କର ପବିତ୍ରତା ଏବଂ ମାଆର ଭଲପାଇବା ଉପରେ ସୃଷ୍ଟି କରିଛି ବଡ଼ ପ୍ରଶ୍ନବାଚୀ?  

ଡିସେମ୍ବର ୨୪ ତାରିଖ । ଯମୁନାନଗରର ଶ୍ୟାମପୁର ଗାଁର ସରପଞ୍ଚଙ୍କ ଘରୁ ତାଙ୍କ ସ୍ତ୍ରୀ ବଲଜିନ୍ଦର କୌରଙ୍କ ମୃତଦେହ ମିଳିଥିଲା । ପ୍ରାରମ୍ଭିକ ଭାବେ ଏହାକୁ ଏକ ସନ୍ଦେହଜନକ ମୃତ୍ୟୁ ବୋଲି ବିବେଚନା କରାଯାଉଥିଲା । କିଏସେ ମାରିଲା ଓ କାହିଁକି ମାରିଲା? କାହା ସଙ୍ଗେ ତାଙ୍କର ଶତ୍ରୁତା ରହିଥିଲା ପୁଲିସ ଏସବୁ ପ୍ରଶ୍ନର ଉତ୍ତର ଖୋଜିବାକୁ ଲାଗିପଡ଼ିଲା । କିନ୍ତୁ, ଘଟଣାର ତଦନ୍ତ ସମୟରେ ଧିରେ ଧିରେ ପୁଲିସର ସନ୍ଦେହ ସୃଷ୍ଟି ହେଲା । କ୍ରାଇମବ୍ରାଞ୍ଚକୁ ହାତକୁ ଗଲା ତଦନ୍ତ ମାମଲା । ତଦନ୍ତ ଆରମ୍ଭ କରିବା ପରେ ବଲଜିନ୍ଦର କୌରଙ୍କ ପୁଅ ଗୋମିତ ରାଠିର ନାଁ ପ୍ରଥମେ ପୁଲିସର ସନ୍ଦେହ ଘେରକୁ ଆସିଲା । ଗାଁରେ ଗୋମିତଙ୍କ ବିଷୟରେ କେବଳ ଏତିକି ଜଣା ଥିଲା ଯେ, ସେ ଷ୍ଟଡି ଭିସାରେ ଇଂଲଣ୍ଡରେ ପାଠ ପଢ଼ୁଥିଲେ । ସେ ସେଠାରେ ଏକ ଦୋକାନରେ ପାର୍ଟ ଟାଇମ୍ କାମ ବି କରୁଥିଲେ । ଗୋମିତଙ୍କ ହାବଭାବ କିଛି ଅଲଗା ଥିଲା । ମା’ ଏବଂ ପୁଅ ଉଭୟଙ୍କ ସମ୍ପର୍କରେ ତିକ୍ତତା ଥିବା ପୁଲିସ ଜାଣିବାକୁ ପାଇଲା । ଆହୁରି ଅଧିକ ତଥ୍ୟ ସଂଗ୍ରହ ପାଇଁ ପୁଲିସ ଘଟଣାର ଛାନଭିନ ଆରମ୍ଭ କଲା । ସନ୍ଦେହରେ ଆଉ ଜଣେ ମହିଳାଙ୍କ ନାଁ ସାମ୍ନାକୁ ଆସିଲା । ମହିଳା ଜଣକ ଥିଲେ ଗୋମିତର ପ୍ରେମିକା । ତେବେ ଗୋମିତଙ୍କର ଅନ୍ୟ ଜାତିର ମହିଳାଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଯାହାର ବିରୋଧ କରୁଥିଲେ ମା ବଲଜିନ୍ଦର କୌର । ଜଣେ ମା’ ଭାବେ ନିଜ ପୁଅକୁ ଠିକ୍ ରାସ୍ତାରେ ନେବାକୁ ଚାହୁଁଥିଲେ । ଏଥିପାଇଁ ମା-ପୁଅ ଭିତରେ ଅନେକ ସମୟରେ ତିକ୍ତତା ଲାଗି ରହୁଥିଲା। ସେଥିପାଇଁ ପୁଅକୁ ଇଂଲଣ୍ଡ ପଠାଇ ଦେଇଥିଲେ, ଭାବିଲେ ଦୂରରେ ରହିଲେ ପୁଅର ମନ ବଦଳିଯିବ । ସେ ସୁଧୁରିଯିବ । ଅନ୍ୟପଟେ ମା’କୁ ମାରିବାକୁ ପୁଅ ଗୋମିତ ସମସ୍ତ ଯୋଜନା କରିସାରିଥିଲା । ଯୋଜନା ଅନୁଯାୟୀ, ଡିସେମ୍ବର ୧୮ ତାରିଖରେ ଗୋମିତ ଇଂଲଣ୍ଡରୁ ଭାରତ ଫେରି ଆସିଥିଲା । କିନ୍ତୁ, ଏକଥା ବାପା-ମାଆଙ୍କୁ ଜଣାଇନଥିଲା । ତାର ଘନିଷ୍ଠ ବନ୍ଧୁ ପଙ୍କଜ ତାକୁ ଏହି ଷଡ଼ଯନ୍ତ୍ରରେ ସହଯୋଗ କରିଥିଲା ବୋଲି ଜଣା ପଡିଛି।

ଡିସେମ୍ବର ୧୮ରୁ ୨୪ ତାରିଖ ପର୍ଯ୍ୟନ୍ତ ଗାଁର ଏକ ଗୁହାଳରେ ପୁଅ ଗୋମିତ ଲୁଚି ରହିଥିଲା । ଅପେକ୍ଷା କରିଥିଲା ସୁଯୋଗ କୁ। ଡିସେମ୍ବର ୨୪ ତାରିଖ ରାତିରେ,ମା ବଲଜିନ୍ଦର କୌର ଘରେ ଏକା ଥିବା ଦେଖି ସେ ଘରେ ପଶିଥିଲା । ଏବଂ ମା’ର ଗଳା କାଟି ନିର୍ମମ ଭାବେ ହତ୍ୟା କଲା । ହତ୍ୟାକୁ ଦୁର୍ଘଟଣାର ରୂପ ଦେବା ଲାଗି ରଚିଲା ଷଡଯନ୍ତ୍ର । ପ୍ରକୃତ ସତ ପଦାକୁ ନ ଆସିବା ପାଇଁ ହତ୍ୟା କରି ମା’ର ମୃତଦେହକୁ ଘରର ପାଣି ଟାଙ୍କିରେ ଫିଙ୍ଗି ଦେଲା । ଭାବିଲା ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ରିପୋର୍ଟରେ ଆସିବ ଆଉ ଏହା ହତ୍ୟା ବୋଲି ପୁଲିସର ସନ୍ଦେହ ହେବନି । କିନ୍ତୁ, ସତ କେବେ ଲୁଚି ରହେନା। ପୋଲିସ ଅନୁସନ୍ଧାନକାରୀ ଦଳ ଗୋମିତଙ୍କ ମୋବାଇଲ ଟ୍ରାକ କରିଥିଲା । ଯେଉଁଥିରୁ ଜଣାପଡ଼ିଥିଲା ଯେ, ୬ ଦିନ ହେବ ତାଙ୍କ ଫୋନ ଇଂଲଣ୍ଡରେ ନୁହେଁ, ବରଂ ଯମୁନାନଗର ଅଞ୍ଚଳରେ ଆକ୍ଟିଭ୍ ଥିଲା । କଲ୍ ଡିଟେଲ୍ସରେ ଗୋମିତ ପଙ୍କଜଙ୍କ ସହ ବାରମ୍ବାର କଥାବାର୍ତ୍ତା ହେଉଥିବା ଜଣାପଡ଼ିଥିଲା । ପୁଲିସର ପଚରାଉଚରା ପରେ ଗୋମିତ ଶେଷରେ ନିଜର ଅପରାଧ ମାନିଲା । ଏବଂ ତା’ ପ୍ରେମକୁ ମାଆଙ୍କ ବିରୋଧ ପରେ ମା’କୁ ଜୀବନରୁ ମାରିଦେବା ହିଁ ଏକମାତ୍ର ସମଧାନ ବୋଲି ସେ ଭାବିଲା । ତେବେ ପୁଲିସ ଗୋମିତ ରାଠି ଏବଂ ତାଙ୍କ ସହଯୋଗୀ ପଙ୍କଜଙ୍କୁ ଗିରଫ କରିଛି । କୋର୍ଟ ଉଭୟଙ୍କୁ ୪ ଦିନ ପାଇଁ ପୋଲିସ ହେପାଜତକୁ ପଠାଇଛି । ନିଜ ପିଲାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମାଆ କେତେ କ’ଣ କରିଥିଲା । ପୁଅକୁ ପାଠ ପଢେଇବା ଲାଗି ସୁଦୂର ଇଂଲଣ୍ଡ ପଠେଇଲା । କିନ୍ତୁ, ପୁଅ ମା’ର ଆକଟକୁ ସହିନପାରି ଶେଷରେ ନୃଶଂସ ଭାବେ ମା ର ହତ୍ୟା କଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories