ଏକ ବିଂଶତମ ପାତାଳୀ ମହୋତ୍ସବ ପାଇଁ କଳସ ଶୋଭାଯାତ୍ରା
ଉଲୁଣ୍ଡା : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟ ଲୀଳାକ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲା କୋଟସମଲେଇ ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ର ରେ ଜାନୁୟାରୀ ୧୮ତାରିଖ ଠାରୁ ଆରମ୍ଭ ହୋଇ ଜାନୁୟାରୀ ୨୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏକବିଂଶ ତମ ପାତାଳି ମହୋତ୍ସବ ପାଇଁ କଳସ ଓ ସାଂସ୍କୃତିକ ଶୋଭାଯାତ୍ରା ମହାସମାରୋହରେ ଆଜି ବିଧି ମତେ ଅନୁଷ୍ଠିତ ହୋଇଯାଇଛି । ପୂଜାର୍ଚ୍ଚନା ପରେ ୧୫୧ ଜଣ ମହିଳା ଗୁପ୍ତେଶ୍ବର ମନ୍ଦିର ମାହାପୁରୁ ବନ୍ଧରୁ କଳସ ବୁଡାଇ ଆଣିଥିଲେ । କଳଶ ଯାତ୍ରା ସହ ରାଧାକୃଷ୍ଣଙ୍କ ପରିକ୍ରମା ଓ ମଣ୍ଡପ ବିଜେ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଯଥାବିଧି ଦେବ ନିମନ୍ତ୍ରଣ , କର୍ତ୍ତାକର୍ତ୍ତୀଙ୍କ ସଂକଳ୍ପ ଧାରଣ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଗାଁ ପରିକ୍ରମା ପରେ ଯଜ୍ଞ ,ନାମ ଓ ସପ୍ତାହ ମଣ୍ଡପରେ କଳଶ ସ୍ଥାପନ କରାଯାଇଥିଲା।ନାମ ସଂକୀର୍ତ୍ତନ , ଘଣ୍ଟ , ହୁଳାହୁଳି , ଶଙ୍ଖ ପରିବେଶ ମୁଖରିତ ହେଉଥିଲା। ବଡକର୍ଲେ ଝାଂଜ ଗୌଡିୟ ଦଳ ,ଦୀପପାଲି ସବର ସବରେନ୍, ପତର ସୌରାଦି ସାଂସ୍କୃତିକ ଦଳ , ସମ୍ବଲପୁର ଓ ସୋନପୁରର ପଣ୍ଡିତ ମହାସଭାର ଶତାଧିକ ପଣ୍ଡିତ ଯୋଗଦେଇ ବେଦ ପାଠ ଓ ବିଷ୍ଣୁ ସହସ୍ର ନାମ ପଠନ ଓ ହବନ କରିଥିଲେ । ଏଥିପାଇଁ ରବିବାର ପାତାଳୀ ଶ୍ରୀକ୍ଷେତ୍ର ପରିବେଶ ଉତ୍ସବ ମୁଖର ହେଉଥିଲା । ଆସନ୍ତାକାଲି ଠାରୁ ଭାଗବତ ପାରାୟଣ, ୫୬- ପ୍ରହରୀ ନାମଯଜ୍ଞ , ଘୃତଯଜ୍ଞ , ସାଂସ୍କୃତିକ କାର୍ଯ୍ୟକ୍ରମ , ସାଂସ୍କୃତିକ ସଭା ଆଦି ଆରମ୍ଭ ହେବ। ଏଥିରେ ଅଂଚଳର ତଥା ଦୂରଦୂରାନ୍ତରୁ ବହୁ ସଂଖ୍ଯାରେ ଭକ୍ତ ସମାଗମ ହୋଇଥିଲେ ।

