Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ ର 19 ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବୀରମହାରାଜପୁର : ​
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବରିଷ୍ଠ ନାଗରିକ ସଙ୍ଗଠନର ୧୯ ତମ ବାର୍ଷିକ ଉତ୍ସବ ରବିବାର ପୂର୍ବାହ୍ନ ଏଗାର ଘଣ୍ଟା ସମଯରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଡ଼ ପ୍ରଫୁଲ୍ଲ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପରାଜ ସାହୁ, ମୁଖ୍ୟ ବକ୍ତା ଭାବରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଡ଼ ଦିପେନ୍ କୁମାର ପଟ୍ଟନାୟକ , ସମ୍ମାନିତ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାଏକ ପ୍ରମୁଖ ଯୋଗଦେଇ ବୀରମହାରାଜପୁର ବରିଷ୍ଠ ନାଗରିକ ସଙ୍ଗଠନର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ଏବଂ ଅଞ୍ଚଳର ସମାସ୍ୟା ସମାଧାନ ପାଇଁ ବରିଷ୍ଠ ମାନେ ଚେଷ୍ଟିତ ଅଛନ୍ତି ବୋଲି କହିଥିଲେ । ସଂଘର କାର୍ଯ୍ୟକର୍ତ୍ତା ଏବେବି ଯୁବକ ଭଳି କାର୍ଯ୍ୟ କରୁଛନ୍ତି , ଏଣୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଆପଣ ମାନେ ହେଲେ ପଥ ପ୍ରଦର୍ଶକ ବୋଲି ତାଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ। ସଭା ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ବଳନ କାର୍ଯ୍ୟ କ୍ରମରେ ବୀରମହାରାଜପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ମାନେ ଦୀପମ୍ ଜ୍ୟୋତି ଗାନ କରିବା ସହିତ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଭୂଷଣ କୁମାର ପାତ୍ର। ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଅନୁଷ୍ଠାନର କୋଷାଧ୍ୟକ୍ଷ ଦୟାନିଧି ହୋତା। କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଅନୁଷ୍ଠାନର ସଦସ୍ୟ ଡ଼ ଦ୍ବିତୀକୃଷ୍ଣ ପଣ୍ଡା। ସମ୍ପାଦକ ସନ୍ତୋଷ କୁମାର ଷଡ଼ଙ୍ଗୀ ବିବରଣୀ ପାଠ କରିଥିବା ବେଳେ ପୂର୍ବତନ ସଭାପତି କୃଷ୍ଣ ଚନ୍ଦ୍ର ପାଢ଼ୀ ସଂଘର ବିଭିନ୍ନ ସମସ୍ୟା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସଂଘର ଉପସଭାପତି ସୌମିତ୍ରି ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନ ତରଫରୁ ପ୍ରଥମ କରି ସ୍ମରଣିକା ନନ୍ଦିଘୋଷ ଉନ୍ମୋଚିତ ହୋଇଥିଲା । ଏହା ସହିତ ଅତିଥି ମାନଙ୍କ ଦ୍ଵାରା ଡ଼ ଦ୍ବିତୀକୃଷ୍ଣ ପଣ୍ଡା ଙ୍କ ଚତୁର୍ଥ ପୁସ୍ତକ ବିନ୍ଦୁ ବିନ୍ୟାସ ମଧ୍ୟ ଲୋକାର୍ପିତ ହୋଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ