Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଲିଠାରୁ ଆରମ୍ଭ ହେବ ଚିଲିକାରେ ଡଲଫିନ୍ ଗଣନା : ୩ ଦିନ ପାଇଁ ବନ୍ଦ ରହିବ ଡ଼ଙ୍ଗା ଚଳାଚଳ ଓ ଭସାପୋଲ

ଛତ୍ରପୁର,୧୯।୧: ଚିଲିକାରେ ଆରମ୍ଭ ହେବ ଡଲଫିନ୍ ଗଣନା | ଏନେଇ ଆସନ୍ତା ତିନି ଦିନ ପାଇଁ ଡ଼ଙ୍ଗା ଚଳାଚଳ ଏବଂ ଭସାପୋଲ ବନ୍ଦ ରହିବ । ସକାଳ ୬ଟାରୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ଡ଼ଙ୍ଗା ଚଳାଚଳ ଓ ଭସାପୋଲ ବନ୍ଦ ରହିବ ।

ସୂଚନା ଅନୁସାରେ, ଆସନ୍ତା ୨୦, ୨୧ ଏବଂ ୨୨ ତାରିଖ ତିନି ଦିନ ଧରି ଚିଲିକାରେ ଡଲଫିନ୍ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହେବ । ଏନେଇ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ଡଲଫିନ୍ ଗଣନା ବେଳେ ଯେପରି ସମସ୍ୟା ନହେବ ତାହାକୁ ଦୃଷ୍ଟିରେ ରଖି ଅଧିକାରୀ ଏଭଳି ପଦକ୍ଷେପ ନେଇଛନ୍ତି। ବିଭିନ୍ନ ଡ଼ଙ୍ଗା ଆସୋସିଏସନକୁ ଚିଠି ମାଧ୍ୟମରେ ଏହି ସୂଚନା ବିଷୟରେ ଜଣାଯାଇଛି । ତେବେ ଚିଲିକାର ସାତପଡ଼ା ଓ ବାଲୁଗାଁ ରେଞ୍ଜର ୩ଟି ସେକ୍ଟରରେ ୧୮ଟି ଟିମ୍ ନିୟୋଜିତ ରହିବେ । ଏହି ଗଣନାରେ ସମୁଦାୟ ୧୪୫ ଜଣ ନିୟୋଜିତ ରହିବେ ବୋଲି ସୂଚନା ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories