ବନ ବିଭାଗ ପକ୍ଷରୁ ଶୀତକାଳୀନ ଚିଲିକା ପକ୍ଷୀ ଗଣନାର ରିପୋର୍ଟ ପ୍ରକାଶ ହୋଇଛି ; ପୂର୍ବ ଅପେକ୍ଷା ବଢିଛି ପକ୍ଷୀଙ୍କ ସଂଖ୍ୟା
ବାଣପୁର,୧୯|୧: ପକ୍ଷୀଙ୍କ ଭୂସ୍ବର୍ଗ ମରାଳ ମାଳିନୀ ନିଳାମ୍ବୁ ଚିଲିକାରେ ପକ୍ଷୀ ଗଣନା ଶେଷ ହୋଇଛି। ଏନେଇ ବନ ବିଭାଗ ପକ୍ଷରୁ ଶୀତକାଳୀନ ଚିଲିକା ପକ୍ଷୀ ଗଣନାର ରିପୋର୍ଟ ପ୍ରକାଶ ହୋଇଛି | ରିପୋର୍ଟ ଅନୁସାରେ, ଚଳିତ ବର୍ଷ ୧୯୬ ପ୍ରଜାତିର ୧୧ ଲକ୍ଷ ୩୨ ହଜାର ୨୦୦ ସଂଖ୍ୟକ ପକ୍ଷୀ ଚିଲିକାକୁ ଆସିଛନ୍ତି। ଯାହାର ସଂଖ୍ୟା ପୂର୍ବବର୍ଷ ଅପେକ୍ଷା ଅଧିକ ରହିଛି | ସୂଚନା ଯୋଗ୍ୟ ଗତବର୍ଷ ୧୯୬ ପ୍ରଜାତିର ୧୧ ଲକ୍ଷ ୨୭ ହଜାର ୨୮୮ ସଂଖ୍ୟକ ପକ୍ଷୀ ଆସିଛନ୍ତି।
ସୂଚନା ଅନୁଯାୟୀ, ଆଜି ସକାଳ ୬ରୁ ଶୀତକାଳୀନ ପକ୍ଷୀଗଣନା ଜାରି ରହିଥିବା ବେଳେ ଏଥିପାଇଁ ୫ଟି ଜୋନରେ (ଜଳ ଭାଗରେ ୧୯ଟି ଓ ସ୍ଥଳ ଭାଗରେ ୩ଟି) ସର୍ବମୋଟ ୨୨ଟି ଟିମରେ ୧୩୩ ଜଣ ଗଣନାକାରୀ ନିୟୋଜିତ ହୋଇଥିଲେ । ଟାଙ୍ଗି ଜୋନରେ ୮ଟି ଟିମ ଗଣନା ପାଇଁ ରହିଥିବା ବେଳେ ,ବାଲୁଗାଁରେ ୬ଟି, ସେହିପରି ସାତପଡ଼ାରେ ୪ଟି, ରମ୍ଭାରେ ୨ଟି ଏବଂ କୃଷ୍ଣପ୍ରସାଦ ଓ ଚିଲିକା ନୂଆପଡା ଜୋନରେ ଗୋଟିଏ ଲେଖାଏଁ ଟିମ ନିୟୋଜିତ ରହିଥିଲେ। ପ୍ରତିଟି ଟିମରେ ପକ୍ଷୀ ବିଶାରଦ, ପକ୍ଷୀ ପ୍ରେମୀ, ପକ୍ଷୀ ସୁରକ୍ଷା ବାହିନୀ, ଓୟୁଏଟି ଛାତ୍ରଛାତ୍ରୀ, ପକ୍ଷୀ ବିଶେଷଜ୍ଞ, ବନ୍ୟପ୍ରାଣୀ ବିଭାଗ, ଚିଲିକା ଉର୍ଣ୍ଣୟନ କର୍ତ୍ତୃପକ୍ଷ, ସ୍ବେତ୍ସାସେବୀ ଆଦି ୬ ରୁ ୭ ଜଣ ସଦସ୍ୟ ସାମିଲ ରହିଥିଲେ।

