Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଣ୍ଟେନର ସହିତ ବିପୁଳ ପରିମାଣର ଗଞ୍ଜେଇ ଜବତ କରି ଦୁଇ ଜଣଙ୍କୁ ଗିରଫ କରିଛି ପୁଲିସ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା
ସୁବଳୟା ପୋଲିସ କୁ ମିଳିଛି ସଫଳତା। କଣ୍ଟେନରରେ ବିପୁଳ ପରିମାଣ ରେ ଗଞ୍ଜେଇ ଚୋରା ଚାଲାଣ ବେଳେ ସୁବଳୟା ପୋଲିସ ହବୁଡ଼ା ରେ ପଡି ଗଞ୍ଜେଇ ସହ ୨ ବେପାରୀ କୁ ଗିରଫ କରିଛି ପୁଲିସ l ସୂଚନା ଅନୁସାରେ କୌଣସି ସୂତ୍ରରୁ କଣ୍ଟେନରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାଏକ ସୁବଳୟା ପୋଲିସ କୁ ନିର୍ଦ୍ଦେଶ ଦେଇଥିଲେ। ସୁବଳୟା ଥାନା ଅଧିକାରୀ ସୁଶାନ୍ତ ପ୍ରଧାନ ଙ୍କ ନେତୃତ୍ୱ ରେ ଏକ ଟିମ୍ ପିଛା କରି ଦୁରଦୁରା ନର୍ସରୀ ନିକଟରେ ଏନଏଲ ୦୧ ଏନ ୬ ୯୧୪ ନମ୍ବର ବିଶିଷ୍ଟ ଏକ କଣ୍ଟେନର କୁ ଅଟକାଇ ତନଖି କରି ଥିଲେ। ଏଥିରୁ ବ୍ୟାପକ ପରିମାଣ ରେ ଗଞ୍ଜେଇ ଥିବା ଦେଖିବାକୁ ପାଇବାରୁ ଏହାକୁ ଜବତ କରିଥିଲେ । ଏହା ସହିତ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଡ଼୍ରାଇଭର ଓ ଅନ୍ୟଜଣେ ଯୁବକଙ୍କୁ ଧରିଥିଲେ । ଏନେଇ ସୁବଳୟା ଥାନା ରେ କେସ ନଂ ୧୪/୨୬ ରେ ଏକ ମାମଲା ରୁଜୁ ହୋଇଛି। ଏହା ସହିତ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ବିହାର ର ଭୋଜପୁର ଜିଲ୍ଲା ସାହାପୁର ଥାନା ଅନ୍ତର୍ଗତ ସୁନାଭରସା ଗ୍ରାମର ଶିବଧର ଯାଦବ ଙ୍କ ପୁଅ ଅନିଲ ଯାଦବ(୨୮ ) ଏବଂ ଝାଡଖଣ୍ଡ ର ଧାନବାଦ ଥାନା ଝରିଆ ଗ୍ରାମର ଗଜାଧର ମଲହାର ଙ୍କ ପୁଅ ବିନୁ ମଲହାର (୩୫) ଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛନ୍ତି । ମlଜିଷ୍ଟେଟ ଅତିରିକ୍ତ ଜିଲ୍ଲାପାଳ ଅଜିତ ମିର୍ଦ୍ଧା ଙ୍କ ଉପସ୍ଥିତିରେ ଅତିରିକ୍ତ ଆରକ୍ଷୀ ଅଧିକାରୀ କେ. କେ . ହରିପ୍ରସାଦ , ଉପଖଣ୍ଡିୟ ପୋଲିସ ଅଧିକାରୀ ହେମନ୍ତ ରାଓ, ଥାନା ଅଧିକାରୀ ସୁଶାନ୍ତ ପ୍ରଧାନ ପ୍ରମୁଖ ଗଞ୍ଜେଇ କୁ ଜବତ୍ କରି ଓଜନ କରାଯାଇଥିଲା । ପ୍ରାୟ ୫ କୁଇଣ୍ଟାଲ ୯୩ କିଗ୍ରା ଗଞ୍ଜେଇ ଜବତ ହୋଇଥିବା ବେଳେ ୬୦୭ ପ୍ୟାକେଟ ଗଞ୍ଜେଇ ଥିବା ପୋଲିସ ସୂଚନା ଦେଇଛି। ଗିରଫ ଉଭୟଙ୍କୁ ସୋମବାର ଦିନ କୋର୍ଟ ଚାଲାଣ କରିଥିବା ପୋଲିସ ସୂଚନା ଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ