ବୀରମହାରାଜପୁର ବ୍ଲକ ବିଜେଡି ପକ୍ଷରୁ ନବନିଯୁକ୍ତ କର୍ମକର୍ତ୍ତା ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କଲ୍ୟାଣ ମଣ୍ଡପ ଠାରେ ନବନିଯୁକ୍ତ ବ୍ଲକ ବିଜେଡି ସଭାପତି ଜିଲ୍ଲା ଉପସଭାପତି , ସାଧାରଣ ସମ୍ପାଦକ, ଏବଂ ସମ୍ପାଦକ ମାନଙ୍କୁ ସ୍ୱାଗତ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ କୁ ଯୁବ ବିଜେଡି ସଭାପତି ନାରାୟଣ ଲୁହା ଆୟୋଜନ କରିଥିବାବେଳେ, ଜିଲ୍ଲା ସଭାପତି ସରୋଜ କୁମାର କମ୍ପ ଯୋଗଦେଇଥିଲେ l ବିଜେଡି ଜିଲ୍ଲା ଉପସଭାପତି ସ୍ଵୟମ୍ଭୁନାଥ ଖଣ୍ଡଗିରି , ରଞ୍ଜିତ କୁମାର ରଥ , କିଶୋର ହୋତl , ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟଞ୍ଜୀବ ମିଶ୍ର, ଧୀରେନ୍ଦ୍ର ନାରାୟଣ ପଣ୍ଡା, ଲଳିତ ପାତ୍ର, ସଂଜୀବ କୁମାର ଦେହୁରୀ ପ୍ରମୁଖ ମଞ୍ଚାସିନ ହୋଇ ଦଳୀୟ ସଂଗଠନ କୁ ମଜବୁତ କରିବା ପାଇଁ ଆଲୋଚନା କରିଥିଲେ l ବରିଷ୍ଟ ବିଜେଡି ନେତା ପ୍ରେମାନନ୍ଦ ଜଟି, ଵିଵସ୍ବତୀ ପଣ୍ଡା, ମହେନ୍ଦ୍ର ଜଗଦଲା, ଭଗବାନ କର୍ଣ୍ଣ ପ୍ରମୁଖ ମତପ୍ରକାଶ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ଲକ୍ଷ୍ମୀ ନାରାୟଣ ପୁରୋହିତ, ଶ୍ରୀକାନ୍ତ କର୍ମୀ , ପୃଥ୍ୱୀରାଜ ମହାକୁର, ବିଶ୍ୱବାସ ହୋତା ଙ୍କ ସମେତ ଶତାଧିକ କର୍ମୀ ଯୋଗଦାନ କରିଥିଲେ l ଶେଷରେ ଆଇନଯିଵୀ ପ୍ରଦୀପ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l

