Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

21 ତମ ପାତାଳୀ ମହୋତ୍ସବ ଉଦଘାଟିତ ହେଲା ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଦ୍ଵାରା

ଉଲୁଣ୍ଡା : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟ ଲୀଳା କ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲା ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ଠାରେ ସୋମବାର ୨୧ତମ ପାତାଳୀ ମହୋତ୍ସବ ଉଦଘାଟିତ ହୋଇଯାଇଛି। ନୃତ୍ୟ, ଗୀତ , ପାରାୟଣ, ପ୍ରବଚନ , ଯଜ୍ଞ ଓ ନାମ ସଂକୀର୍ତ୍ତନ ର ମହାପାର୍ବଣ ହେଉଛି ପାତାଳୀ ମହୋତ୍ସବ। ଉଦଘାଟନୀ ସଂଧ୍ୟାରେ ଟ୍ରଷ୍ଟ ସମ୍ପାଦକ ଉତ୍ତର ପାତ୍ରଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ଃ ନୃପରାଜ ସାହୁ ଓ ସମ୍ମାନୀତ ଅତିଥି ଭାବେ ରାଜ୍ୟ ବୟନିକା ସଭାପତି ପ୍ରକାଶ ଚନ୍ଦ୍ର ମେହେର, ସମାଜସେବୀ କ୍ଷୀର ସାଗର ବିଭାର ଯୋଗ ଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ। ପାତାଳୀ ଶ୍ରୀକ୍ଷେତ୍ରର ବିକାଶ ଉପରେ କାର୍ଯ୍ୟ କରିବି, ପାତାଳୀ ମହୋତ୍ସବକୁ କିଭଳି ଭାବରେ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ସେ ଉପରେ ସରକାରଙ୍କ ପାଖରେ ଅନୁରୋଧ କରିବି ବୋଲି ଜିଲ୍ଲାପାଳ ଉଦବୋଧନ ଦେଇଥିଲେ। ପୂର୍ଣ୍ଣଚନ୍ଦ୍ର ପାଢୀ ସଭା ପରିଚାଳନା କରିଥିଲେ। ଅନ୍ୟପକ୍ଷରେ ନାମ ମଣ୍ଡପରେ ସୋମବାର ସକାଳ ୮ଟାରେ ପୁରୀ ରାମଜୀ ମଠ ମହନ୍ତ ବଂଶୀଧର ଦାଶ ମହାରାଜଙ୍କ ଦ୍ଵାରା ୫୬ପ୍ରହରୀ ନାମଯଜ୍ଞ ଆରମ୍ଭ ହୋଇଥିଲା । ଛଳିଆ ଶିଖରର ପାରାୟଣ ମଣ୍ଡପରେ ଭାଗବତ ସପ୍ତାହ ପାରାୟଣ ଅନୁଷ୍ଠିତ ହେଉଥିବା ବେଳେ ଯଜ୍ଞ ମଣ୍ଡପରେ ଘୃତଯଜ୍ଞ ଆରମ୍ଭ ହୋଇଯାଇଛି।ଏହି ଅବସରରେ ଉଦଘାଟନୀ ସଂଧ୍ୟାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସ୍ଥାନୀୟ କଳାକାରଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କସ୍ତୁରବା ଗାନ୍ଧୀ ହାଇସ୍କୁଲ ସିଣ୍ଢୋଳ, ଶ୍ରୀ ଅରବିନ୍ଦ ଇଣ୍ଟିଗ୍ରାମ ଜାଲୋଏ , ଶ୍ରୀ ଅରବିନ୍ଦ ଇଣ୍ଟିଗ୍ରାମ ଖୁଣ୍ଟୁଲାପାଲି ,ଶ୍ରୀ ଜଗନ୍ନାଥ ଏକାଡେମୀ କୋଟସମଲାଇ , ଖୁଣ୍ଟୁଲାପାଲି ୟୁପି ସ୍କୁଲ୍ , ଗୋଲାବନ୍ଧ ୟୁପି ସ୍କୁଲ୍ , ହରିଣାପାଲି ୟୁପି ସ୍କୁଲ୍, ରେଡମ ୟୁପିସ୍କୁଲ, ବାଘପାଲି ୟୁପିସ୍କୁଲ ଆଦି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହି ଅବସରରେ ହଜାର ହଜାର ଦର୍ଶକ ସାଂସ୍କୃତିକ କାର୍ଯ୍ୟକ୍ରମ ମନଭୋରି ଉପଭୋଗ କରିଥିଲେ । ଏହି ମହୋତ୍ସବ ୧୮ ତାରିଖରୁ ଆରମ୍ଭ ହୋଇ ୨୬ତାରିଖରେ ପୂର୍ଣ୍ଣାହୁତି ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ