Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଦିବାସୀଙ୍କ ଜମି ଅଧିଗ୍ରହଣ ପ୍ରତିବାଦରେ କଂଗ୍ରେସର ସମର୍ଥନ; ପ୍ରତିବାଦ ସପକ୍ଷରେ ଭକ୍ତଦାସ ଦେଲେ ସ୍ଲୋଗାନ ;ଜନ ଜଙ୍ଗଲ ଜମିନ ଆମର ଟା ନାଇଁସେ କାହାର ବାପାର ଟା

ସୁନ୍ଦରଗଡ଼,୨୦|୧: ଆଦିବାସୀଙ୍କ ଜମି ଅଧିଗ୍ରହଣ ପ୍ରତିବାଦରେ କଂଗ୍ରେସର ସମର୍ଥନ | ଆନ୍ଦୋଳନରେ ସାମିଲ ହେଲେ ଭକ୍ତ ଦାସ | ଦେଇଛନ୍ତି ପ୍ରତିବାଦ ସପକ୍ଷରେ ସ୍ଲୋଗାନ | ସ୍ଲୋଗାନରେ ସେ କହିଛନ୍ତି “ଜନ ଜଙ୍ଗଲ ଜମିନ ଆମର ଟା ନାଇଁସେ କାହାର ବାପାର ଟା |” ରାଜଗାଙ୍ଗପୁର ଲାଞ୍ଜିବେଣାରେ ଖଣି ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ବିରୋଧ | ହଜାର ହଜାର ଆଦିବାସୀ ରାଜରାସ୍ତାରେ | ପାଞ୍ଚୋଟି ପଞ୍ଚାୟତର ଲୋକ ଏକାଠି ହୋଇ କରିଛନ୍ତି ପ୍ରତିବାଦ | ପ୍ରତିବାଦରେ ସୁନ୍ଦରଗଡ- ରାଉରକେଲାର ମୁଖ୍ୟ ରାସ୍ତାକୁ ୧୨ ଘଣ୍ଟା ପାଇଁ ବନ୍ଦ କରାଯାଇଛି | ଫଳରେ ଶହ ଶହ ଯାନବାହାନ ରାସ୍ତାରେ ଅଟକି ରହିଛି |

ସୂଚନା ଅନୁସାରେ, ସରକାରଙ୍କ ନିଷ୍ପତ୍ତି ବିରୁଦ୍ଧରେ ଏକାଧିକ ଆଦିବାସୀ ମହିଳା ଏବଂ ପୁରୁଷ ରାଜରାସ୍ତାକୁ ଓଲ୍ହାଇ ଛନ୍ତି | ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଲାଞ୍ଜିବେଣାରେ ଖଣି ସମ୍ପ୍ରସାରଣ ପ୍ରକ୍ରିୟା ପାଇଁ ଥିବା ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ବିରୋଧ କରିଛନ୍ତି ଲୋକେ | ପାଞ୍ଚଟି ପଞ୍ଚାୟତର ପୁରୁଷ ଏବଂ ମହିଳା ଏକାଠି ହୋଇ କରିଛନ୍ତି ପ୍ରତିବାଦ | ସୁନ୍ଦରଗଡ଼ରୁ ରାଉରକେଲା ଯାଉଥିବା ମୁଖ୍ୟ ରାସ୍ତାକୁ ଅବରୋଧ କରି ପ୍ରତିବାଦ କରିଛନ୍ତି ଲୋକେ | ଫଳରେ ଶହ ଶହ ସଂଖ୍ୟାରେ ଯାନବାହନ ରାସ୍ତାର ଦୁଇ ପାର୍ଶ୍ୱରେ ଅଟକି ରହିଛି |

ଲୋକମାନଙ୍କ କହିବା ଅନୁସାରେ,ଏହା ପୂର୍ବରୁ ଅନେକଥର ସେମାନେ ଆନ୍ଦୋଳନ କରି ଆସୁଛନ୍ତି ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ନେଇ | ଏନେଇ ଗ୍ରାମସଭାରେ ସେମାନେ ନିଜ ନିଷ୍ପତ୍ତି ମଧ୍ୟ ଶୁଣାଇଥିଲେଯେ ସେମାନେ ନିଜ ଜମି ଦେବେ ନାହିଁ | କିନ୍ତୁ ସରକାର ଏବଂ ପ୍ରଶାସନ ବାରମ୍ବାର ସେମାନଙ୍କ ଉପରେ ଚାପ ପକାଉଛି | ତେଣୁ ସେମାନେ ବାଧ୍ୟ ହୋଇ ପ୍ରତିବାଦ ଆରମ୍ଭ କରିଛନ୍ତି | ସେମାନେ କହିଛନ୍ତି ମରିଯିବୁ ପଛେ ଇଞ୍ଚେ ମଧ୍ୟ ଜମି ଦେବୁ ନାହିଁ | ନିଜ ମାଟି ମାକୁ କାହାକୁ ଦେବୁ ନାହିଁ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories