Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ଡାକ୍ତରଖାନା ରେ ସ୍ପର୍ଷ ଲେପ୍ରୋସି ଆୱାରନେସ କେମ୍ପେନ ଅନୁଷ୍ଠିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା
ବୀରମହାରାଜପୁର ଡାକ୍ତରଖାନା ରେ ଜାତୀୟ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ ଅଧିନସ୍ଥ *ସ୍ପର୍ଶ ଲେପ୍ରୋସି ଆୱାରନେସ କେମ୍ପେନ୍* ପାଇଁ ବ୍ଲକ୍‌ କୋଓର୍ଡିନେସନ କମିଟି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ଉପଜିଲ୍ଲାପାଳ ସୁରେନ୍ଦ୍ର କୁମାର ମେହେର ଅଧକ୍ଷତା କରି କୁଷ୍ଠ ରୋଗ ଉପରେ ଏକ ସଚେତନତା ଭିଡିଓ ବାର୍ତ୍ତା ପ୍ରଦାନ କରିଥିଲେ I କାର୍ଯ୍ୟକ୍ରମରେ ବୀରମହାରାଜପୁର ଡାକ୍ତର ଖନା ର ଅଧକ୍ଷ ଡାକ୍ତର ସୁବାସ ଚନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ । ବୈଠକରେ ବ୍ଲକ ଶିଶୁ ପ୍ରକଳ୍ପ ଅଧିକାରୀ , ବ୍ଲକ ଶିକ୍ଷା ଅଧିକାରୀ ଙ୍କ ପ୍ରତିନିଧି ମାନେ ଯୋଗଦାନ କରିବା ସହିତ ଡାକ୍ତର ଖନା ଅଧିନସ୍ଥ ତିନି ଗୋଟି ସେକ୍ଟର ର ସ୍ବାସ୍ଥ୍ୟ ଅଧିକାରୀ ଓ ସ୍ବାସ୍ଥ୍ୟ ପରିଦର୍ଶକ ମାନେ ଉପସ୍ଥିତ ରହିଥିଲେ। ଡାକ୍ତର ଶ୍ରୀ ପଣ୍ଡା କୁଷ୍ଠ ରୋଗ ବିଷୟରେ ଆଲୋକପାତ କରିଥିବା ବେଳେ ବ୍ଲକ ଲେପ୍ରୋସି ସ୍ବାସ୍ଥ୍ୟ କର୍ମୀ ଜଗଦୀଶ ମେହେର ଆଗାମୀ ୩୦-୦୧-୨୬ ରୁ ୧୩-୦୨- ୨୬ ପର୍ଯ୍ୟନ୍ତ ହେବାକୁ ଥିବା କୁଷ୍ଠ ସଚେତନତା କାର୍ଯ୍ୟକ୍ରମ ବିଷୟ ରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଶେଷରେ କୁଷ୍ଠ ରୋଗ କୁ ନେଇ ଏକ ଶପଥ ପାଠ କରାଯାଇଥିଲା। ଶେଷରେ ସ୍ବାସ୍ଥ୍ୟ ପରିଦର୍ଶକ ଆଲୋକ ଶେଠ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ