ବୀରମହାରାଜପୁର ସରକାରୀ ବାଳକ ଉଚ୍ଚବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ-୨୦୨୫-୨୬ ଅନୁଷ୍ଠିତ ହୋଇଯାଇଛି l ମଙ୍ଗଳବାର ଉତ୍ସବରେ ଅତିଥୀ ମାନଙ୍କର ଦ୍ଵାରା ପ୍ରଦୀପ ପ୍ରଜ୍ଵଳନ ସହ ଛାତ୍ର ମନଙ୍କର ଦ୍ଵାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା l ପ୍ରଧାନ ଶିକ୍ଷକ ନିରଞ୍ଜନ ଦାଶଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ବୀରମହାରାଜପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ପ୍ରଫୁଲ୍ଲ କୁମାର ରଥ , ମୁଖ୍ୟ ବକ୍ତା ଭାବେ ବୀରମହାରାଜପୁର ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ବିଜୟ କୁମାର ପୁରୋହିତ ଯୋଗ ଦେଇଥିଲେ I ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ସିନେ ଅଭିନେତା ପ୍ରଦ୍ୟୁମ୍ନ କୁମାର ସାହୁ ଓ ସମ୍ମାନିତ ଅତିଥି ଭାବେ ବୀରମହାରାଜପୁର ମହିଳା ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପିକା ଶ୍ରୀମତୀ ସନ୍ତୋଷୀନୀ ନାୟକ ଯୋଗ ଦେଇ ଛାତ୍ରମାନଙ୍କୁ ସାଂସ୍କୃତିକ ବାର୍ତ୍ତା ଦେବା ସହ ଆର୍ଶିବଚନ ପ୍ରଦାନ କରିଥିଲେ l ଅତିଥିମାନେ ଛାତ୍ରମାନଙ୍କୁ ଜୀବନରେ ଭଲ ମଣିଷଟିଏ ହେବ ପାଇଁ ପରାମର୍ଶ ଦେଇଥିଲେ l ସିନେ ଅଭିନେତା ଶ୍ରୀ ସାହୁଙ୍କ ଛାତ୍ର ମାନଙ୍କ ସହିତ ସମ୍ବଲପୁରୀ ଗୀତର ତାଳେ ତାଳେ କରିଥିବା ନୃତ୍ୟ ସମସ୍ତଙ୍କୁ ଅଭିଭୃତ କରି ଥିଲା l ଶିକ୍ଷକ ବୈକୁଣ୍ଠ ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ, ଶିକ୍ଷକ ମାନସ ରଞ୍ଜନ ଭୋଇ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ l ଏହି ଅବସରରେ ପୂର୍ବରୁ ଆନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତଯୋଗିତାର କୃତୀ ଛାତ୍ର ମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା l ଏଥିରେ ଚଳିତ ବର୍ଷର ଶ୍ରେଷ୍ଠ କ୍ଲବ୍ ଭାବେ ଜିଜ୍ଞାସା କ୍ଲବ ଓ ଶ୍ରେଷ୍ଠ ହାଉସ ଭାବେ ବ୍ରାହ୍ମଣୀ ହାଉସକୁ ପୁରସ୍କୃତ କରାଯାଇଥିଲା l ପୁରସ୍କାର ବିତରଣୀ କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ମଧୁମିତା ପଧାନ ଓ ଶିକ୍ଷକ ପ୍ରଦ୍ୟୁମ୍ନ ହୋତା ପରିଚାଳନା କରିଥିଲେ l ବରିଷ୍ଠ ଶିକ୍ଷକ ସଦାନନ୍ଦ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ l ପରେ ସାଂସ୍କୃତିକ ପ୍ରମୁଖ ଜ୍ୟୋତିର୍ମୟୀ ବେହେରାଙ୍କ ସଂଯୋଜନାରେ ଛାତ୍ରମାନଙ୍କର ଦ୍ବାରା ପରିବେଷିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦର୍ଶକମାନଙ୍କୁ ଆକର୍ଷିତ କରିରଖିଥିଲା l ଏହି ଅବସରରେ ବିଦ୍ୟାଳୟର ପଞ୍ଚସଖା ଶିକ୍ଷା ସେତୁର ସଭାପତି ଭୂଷଣ କୁମାର ପାତ୍ର , ପୂର୍ବତନ ପ୍ରଧାନ ଶିକ୍ଷକ ଧର୍ମ କୁମାର ଶତପଥୀ, ଯୋଗ ପ୍ରଶିକ୍ଷକ ଦ୍ୱିତୀକୃଷ୍ଣ ପଣ୍ଡl , ଗୁରୁ ହୃଷୀକେଶ ଦାଶ ,ଗିରିଧାରୀ ହୋତା ପ୍ରମଖୁକଙ୍କୁ ସମର୍ଦ୍ଧିତ କରାଯାଇଥିଲା l କାର୍ଯକ୍ରମରେ ଶିକ୍ଷକ ଦେବଦତ୍ତ ଜଗଦଲା, ଦୀନବନ୍ଧୁ ଛିଚୁଆଁ, ପଞ୍ଚାନନ ମେହେର , ସତ୍ୟନାରାୟଣ ସାହୁ ଏବଂ କର୍ମଚାରୀ ମନୋହର ଜଗଦଲl , ସୁରେନ୍ଦ୍ର ମହାରଣା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ l

