ବୀରମହାରାଜପୁର ଲୋକ ମହୋତ୍ସବ ମାଲେଶ୍ରୀ ପାଇଁ ମୈତ୍ରୀ ସଦନ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ବୀରମହାରାଜପୁର :
ବୀରମହାରାଜପୁର ମୈତ୍ରୀ ସଦନ ଠାରେ ଲୋକ ମହୋତ୍ସବ ମାଲେଶ୍ରୀ ପାଇଁ ପ୍ରସ୍ତୁତି ବୈଠକ ମଙ୍ଗଳବାର ଅପରାହ୍ନ ୩-୦୦ଘଣ୍ଟା ସମୟରେ ଅନୁଷ୍ଠିତ ହୋଇ ଯାଇଛି। ମହୋତ୍ସବର ସଭାପତି ସ୍ଥାନୀୟ ଉପଜିଲ୍ଲାପାଳ ସୁରେନ୍ଦ୍ର ମେହେର ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା , ସାମ୍ବାଦିକ ସଂଘର ସଭାପତି ସ୍ବୟମ୍ଭୂନାଥ ଖଣ୍ଡଗିରି, ସାଂସଦ ନୋମିନୀ ନଳିନୀ ପଣ୍ଡା , ଜିଲ୍ଲା ବି ଜେ ପି ସଭାପତି ବେଣୁଧର ଦାଶ , ପଞ୍ଚାୟତ ସମିତି ଉପାଧ୍ୟକ୍ଷ ନାରାୟଣ ଲୁହା , ଭୂଷଣ କୁମାର ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମ ଆରମ୍ଭ ରେ ଶ୍ରୀ ଖଣ୍ଡଗିରି ସ୍ବାଗତ ସହିତ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସଭାରେ ବିଭିନ୍ନ ପ୍ରକାର ୧୬ଟି କମିଟି ପାଇଁ ସଦସ୍ୟ ଚୟନ କରା ଯାଇଥିଲା । ଯୁଗଳ କିଶୋର ମିଶ୍ର ସଭା ସଂଯୋଜନା କରିଥିବା ବେଳେ ଦ୍ବିତୀକୃଷ୍ଣ ପଣ୍ଡା ସଭା ବିବରଣୀ ଲିପିବଦ୍ଧ କରିଥିଲେ ଓ କିଶୋର ହୋତା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ଉପଖଣ୍ଡର ୧୦୦ରୁ ଅଧିକ ବ୍ୟକ୍ତି ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।

