21 ତମ ପାତାଳୀ ମହୋତ୍ସବ ର ଦ୍ଵିତୀୟ ଦିବସରେ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମ
ଉଲୁଣ୍ଡା : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟ ଲୀଳା କ୍ଷେତ୍ର ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ଠାରେ ଚାଲିଥିବା ୨୧ତମ ପାତାଳୀ ମହୋତ୍ସବର ମଙ୍ଗଳବାର ଥିଲା ଦ୍ଵିତୀୟ ସନ୍ଧ୍ୟା । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଧୁମଧାମରେ ମହୋତ୍ସବ ପାଳନ ହେଉଅଛି। ମାଦଳାପାଞ୍ଜି ରୁ ଜଣାପଡ଼େ ମହାପ୍ରଭୁ ଶ୍ରୀଜଗନ୍ନାଥ ଏଠାରେ ୧୪୪ବର୍ଷ ପାତାଳୀ ହୋଇ ରହିଥିଲେ। ଦ୍ଵିତୀୟ ସନ୍ଧ୍ୟାରେ ଟ୍ରଷ୍ଟ ସମ୍ପାଦକ ଉତ୍ତର ପାତ୍ରଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଲିନା ପ୍ରଧାନ ଓ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ଵିନୀ ମେହେର, ଉଲୁଣ୍ଡା ଅତିରିକ୍ତ ତହସିଲଦାର ନିରଞ୍ଜନ ଧଳ ଯୋଗ ଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ। ପୂର୍ଣ୍ଣଚନ୍ଦ୍ର ପାଢୀ ସଭା ପରିଚାଳନା କରିଥିବା ବେଳେ ନଳିନୀକାନ୍ତ ବାଘ ଧନ୍ୟବାଦ ଅର୍ପଣ ଦେଇଥିଲେ । ଟ୍ରଷ୍ଟ ସଦସ୍ୟ ଜାନକୀରାମ ଦେହେରୀ, ଜଗଦିଶ କର୍ଣ୍ଣ , ମହୋତ୍ସବ ଉପଦେଷ୍ଟା ସଦସ୍ୟ ମନୋରଞ୍ଜନ ପାଢୀ ଆଦି ସହଯୋଗ କରିଥିଲେ। ଆଜି ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସ୍ଥାନୀୟ କଳାକାରଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଶ୍ରୀ ଜଗନ୍ନାଥ ଏକାଡେମୀକୋଟସମଲାଇ , ଖୁଣ୍ଟୁଲାପାଲି ୟୁପି ସ୍କୁଲ୍, କୁଞ୍ଜାପାଲି ସ୍କୁଲ ,ବୀଏମପୁର ଓ ଜାଲୋଏ ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଦ୍ଵିତୀୟ ପର୍ଯ୍ୟାୟରେ ମା ସୁରେଶ୍ଵରୀ ଦଣ୍ଡ କଳା ପରିଷଦ ତରଫରୁ ଦଣ୍ଡ ରତ୍ନ ବିପିନ ଜାଲ ଓ ସାଥୀଙ୍କ ଦ୍ଵାରା ଦଣ୍ଡ ଅନୁଷ୍ଠିତ ହୋଇଥିଲା । ଅନ୍ୟପକ୍ଷରେ ଛଳିଆ ଶିଖରର ଚାଲିଥିବା ଭାଗବତ ସପ୍ତାହ ପାରାୟଣ ର ଆଜି ଦ୍ଵିତୀୟ ଦିବସରେ ଚତୁର୍ଥ ଓ ପଞ୍ଚମ ଖଣ୍ଡ ଗାନ କରାଯାଇଥିଲା । ଏଥିରେ ବ୍ୟାସ ଭାବେ ସୁଧିର ପୁରୋହିତ ଓ ବାଦ୍ୟଯନ୍ତ୍ରରେ ନରେନ୍ଦ୍ର ବାଘ, ପଞ୍ଚାନନ ମନ୍ତ୍ରା, ଅଚ୍ୟୁତାନନ୍ଦ କୁରକୁରିଆ , ଶଶି ଶେଖର ଉଡାନ କାର୍ଯ୍ୟ ସମ୍ପାଦନ କରିଥିଲେ। ସପ୍ତାହ ମଣ୍ଡପରେ କର୍ତ୍ତା ଭାବେ ଚିତ୍ତରଞ୍ଜନ ପାଢୀ ଓ ଗୈରୀ ପାଢୀ କାର୍ଯ୍ୟ ତୁଲାଉଛନ୍ତି। ବୀରମିତ୍ର ପଧାନ, ଅଭିଷେକ ଦେହେରୀ,ଫକୀର ପାଢୀ ଓ ରବିନାରାୟଣ ପୂଜାହାରୀ ପାରାୟଣରେ ସହଯୋଗ କରୁଛନ୍ତି। ଛପନ ପ୍ରହରୀ ନାମ ଯଜ୍ଞ,ଘୃତଯଜ୍ଞ,ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ହେଉଅଛି। ଏହି ଅବସରରେ ହଜାର ହଜାର ଦର୍ଶକ ତଥା ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା ।

