Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ମିଳିବ ସୁଭଦ୍ରା ଟଙ୍କା; ନୂଆ ହିତାଧିକାରୀଙ୍କୁ ମିଳିବ ପ୍ରଥମ କିସ୍ତି

ଭୁବନେଶ୍ୱର,୨୨|୧୧: ଆଜି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିବା ସୁଭଦ୍ରା ଟଙ୍କା | ପୂର୍ବରୁ ଜାନୁଆରୀ ୧୮ରେ ସୁଭଦ୍ରା ଟଙ୍କା ମିଳିବାର ଥିଲା | କିନ୍ତୁ ପରେ ଉପମୁଖ୍ୟମନ୍ତ୍ରୀ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ୧୮ ବଦଳରେ ୨୨ତାରିଖରେ ସୁଭଦ୍ରା ଯୋଜନାରେ ମିଳିବାକୁ ଥିବା ଅର୍ଥ ରାଶି ପ୍ରଦାନ କରାଯିବ ବୋଲି ସୂଚନା ଦେଇଥିଲେ । ଏ ପର୍ଯ୍ୟନ୍ତ ସୁଭଦ୍ରା ଯୋଜନା ଅଧୀନରେ ମୋଟ ୪ ଲକ୍ଷ ୫୭ ହଜାର ୬୮୧ଜଣ ମହିଳା ସାମିଲ ହୋଇସାରିଛନ୍ତି । ତାଙ୍କ ଭିତରୁ ନୂଆକରି ୧ ଲକ୍ଷ ୭୮ ହଜାର ୩୯୮ ଜଣ ମହିଳାଙ୍କୁ ସାମିଲ କରାଯାଇଛି । ଯେଉଁମାନେ ପ୍ରଥମ ଥର ପାଇଁ ସୁଭଦ୍ରା କିସ୍ତି ପାଇବେ ।

ତେବେ ପ୍ରଥମ ଏବଂ ଦ୍ୱିତୀୟ କିସ୍ତିରୁ ବାଦ୍ ପଡ଼ିଥିବା ୨ ଲକ୍ଷ ୫୫ ହଜାର ୨୬୫ ଜଣଙ୍କୁ ଏଥର ସୁଭଦ୍ରା ଯୋଜନାରେ ସାମିଲ କରାଯାଇଛି ଏବଂ ସେମାନେ ଏଥର ଏକାସଙ୍ଗେ ଦୁଇଟି କିସ୍ତିର ଟଙ୍କା ପାଇବେ । ମିଳିଥିବା ସୂଚନା ଅନୁଯାୟୀ, ଅଭିଯୋଗ ଶୁଣାଣି ପରେ ୨୪ ହଜାର ୧୮ ଜଣ ହିତାଧିକାରୀଙ୍କୁ ଏଥର ସୁଭଦ୍ରାରେ ସାମିଲ କରାଯାଇଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories