Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା; ଓଡ଼ିଶାରେ ଚାରି ଆସନ ଖାଲି ହେବାକୁ ଯାଉଛି

ଭୁବନେଶ୍ୱର,୨୨|୧: ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ଲାଗି ପ୍ରସ୍ତାବ ମାଗିଲେ ନିର୍ବାଚନ କମିସନ । ଓଡ଼ିଶା ସମେତ ୧୦ ରାଜ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ଚିଠି ଲେଖିଛନ୍ତି ନିର୍ବାଚନ କମିସନ ।

ସୂଚନାଯୋଗ୍ୟଯେ, ଚଳିତ ବର୍ଷ ଏପ୍ରିଲରେ ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ଖାଲି ହେବାକୁ ଯାଉଛି । ଆସନ୍ତା ଏପ୍ରିଲରେ ଖାଲି ହେଉଛି ୧୦ ରାଜ୍ୟର ୩୭ଟି ଆସନ, ମହାରାଷ୍ଟ୍ରର ୭, ତାମିଲନାଡୁ ଓ ବିହାରର ୬, ପଶ୍ଚିମବଙ୍ଗର ୫ଟି ଆସନ ଖାଲି ହେବ, ଆସାମର ୩, ତେଲଙ୍ଗାନା, ଛତିଶଗଡ଼ ଓ ହରିୟାଣାର ୨ଟି ଆସନ ଖାଲି ହେବ । ଏଥିରେ ଓଡ଼ିଶାର ୪ଟି ଓ ହିମାଚଳ ପ୍ରଦେଶର ଗୋଟିଏ ଆସନ ଖାଲି ହେବାର ଅଛି ।ଆଉ ଏବେ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଜାତୀୟ ନିର୍ବାଚନ କମିସନଙ୍କ ପକ୍ଷରୁ ଓଡ଼ିଶା ସମେତ ୧୦ ରାଜ୍ୟମାନଙ୍କର ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ରିଟର୍ଣ୍ଣିଂ ଅଫିସର, ସହାୟକ ରିଟର୍ଣ୍ଣିଂ ଅଫିସର, ଭୋଟ୍ ଗ୍ରହଣ ସ୍ଥାନ ଏବଂ ବାଲଟ୍ ବକ୍ସ ସମ୍ପର୍କରେ ପ୍ରସ୍ତାବ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ପ୍ରସ୍ତାବରେ ଅଧିକାରୀମାନଙ୍କର ଟେଲିଫୋନ୍ ନମ୍ବର, ମୋବାଇଲ୍ ନମ୍ବର, ଫ୍ୟାକ୍ସ ନମ୍ବର ଏବଂ ଇ-ମେଲ୍ ଆଇଡି ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ। ଏହା ସହିତ ଭୋଟ୍ ଗ୍ରହଣ ସ୍ଥାନ ଏବଂ ବ୍ୟବହାର ହେବାକୁ ଥିବା ବ୍ୟାଲଟ୍ ବକ୍ସର ପ୍ରକାର ସମ୍ପର୍କରେ ମଧ୍ୟ ବିସ୍ତୃତ ସୂଚନା ଦେବାକୁ କୁହାଯାଇଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ