Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୦ହଜାର ଟଙ୍କା ଲାଞ୍ଚ ନେଉଥିଲେ ଆରଆଇ; ଧରିଲା ଭିଜିଲାନ୍ସ

କଟକ,୨୨|୧: ଭିଜିଲାନ୍ସ ହାତରେ କଟକ ସଦର ତହସିଲର ଆରଆଇ ଜାନକୀ ରଞ୍ଜନ ମଲ୍ଲିକ। ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି | ସୂଚନା ଅନୁସାରେ, ଏକ ମାମଲାରେ ରିପୋର୍ଟ ଦାଖଲ କରିବା ପାଇଁ ସେ ୧୦ହଜାର ଟଙ୍କା ଲାଞ୍ଚ ନେଉଥିଲେ | ଏହି ଆଧାରରେ ଓଡ଼ିଶା ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଜମି ମାଲିକଙ୍କ ଅଭିଯୋଗ ଆଧାରରେ ଆରଆଇଙ୍କ ଉପରେ ନଜର ରଖିଥିଲା ଭିଜିଲାନ୍ସ । ଏଥିପାଇଁ ଅଭିଯୁକ୍ତ ଆରଆଇ ଜମି ମାଲିକଙ୍କୁ କିଛି ଅର୍ଥରାଶି ଦାବି କରିଥିଲେ | ଉକ୍ତ ଜମି ମାଲିକ ସେତିକି ରାଶି ଦେବାରେ ଅସମର୍ଥ ଥିବାରୁ ଶେଷରେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଆଜି ଆରଆଇ ରଞ୍ଜନ ଜମି ମାଲିକଙ୍କୁ ନିଜ କାର୍ଯ୍ୟାଳୟକୁ ଡାକି ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ହଠାତ ଭିଜିଲାନ୍ସ ଟିମ୍‌ ହାତରେ ଧରା ପଡିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ