ଫେବ୍ରୁୟାରୀ (ଏକ) 1 ରେ ଜlମ ପାଲି- ଭଙ୍ଗl ମୁଣ୍ଡା ରେ ଦୁର୍ଗା ମାଧବ ମନ୍ଦିର ପ୍ରତିଷ୍ଠା
ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଜାମପାଲି (ଭଙ୍ଗାମୁଣ୍ଡl) ଠାରେ ଥିବା ଶାନ୍ତି ଆନନ୍ଦ ଆଶ୍ରମ ପରିସରରେ ଦୁର୍ଗା ମାଧବ ମନ୍ଦିର ପ୍ରତିଷ୍ଠାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ତେବେ ଆସନ୍ତା ଫେବୃୟାରୀ ୧ ତାରିଖରୁ ୧୧ ତାରିଖ ପର୍ୟ୍ୟନ୍ତ ଦୁର୍ଗା ମାଧବ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ l ଏହି ଅବସରରେ ଅଙ୍କୁରାରୋପଣ , କଳସଯାତ୍ରା, ନବାହ ପାରାୟଣ , ୫୬ ପ୍ରହରୀ ନାମଯଜ୍ଞ , କଂସ ଦରବାର , ପ୍ରତିଷ୍ଠା ପୂଜl , ରତ୍ନ କଳସ ସ୍ଥାପନ, ବିଗ୍ରହ ପ୍ରବେଶ ଆଦି କାର୍ଯକ୍ରମ ରହିଥିବା ନେଇ ଶାନ୍ତି ଆନନ୍ଦ ଆଶ୍ରମର ମହନ୍ତ ହରେକୃଷ୍ଣ ଦାସ ସୂଚନା ଦେଇଥିଲେ l ଏହା ସହିତ ବିଭିନ୍ନ ପ୍ରତିଭl , ବରିଷ୍ଠ ନାଗରିକ , ବିଶିଷ୍ଟ ସାମ୍ବାଦିକ , କଳାକାର , ବ୍ୟକ୍ତି ବିଶେଷ , ସଂସ୍କୃତି ପ୍ରେମୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ନେଇ ସୂଚନା ଦେଇଥିଲେ l ଏହି ସାମ୍ବାଦିକ ସମ୍ମିଳନୀରେ ଦୁର୍ଗା ମାଧବ ମନ୍ଦିର ପ୍ରତିଷ୍ଠାକମିଟି ର ସଭ୍ୟ ସଞ୍ଜୀବ ପାଧାନ ଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ l

