କଟକରେ,ଉପରାଷ୍ଟ୍ରପତି ସି.ପି ରାଧାକ୍ରିଷ୍ଣନ; ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୯ତମ ଜନ୍ମଜୟନ୍ତୀ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ହେବେ ସାମିଲ
କଟକ,୨୩ |୧: କଟକରେ ପହଞ୍ଚିଛନ୍ତି ଉପରାଷ୍ଟ୍ରପତି ସି.ପି ରାଧାକ୍ରିଷ୍ଣନ । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୯ତମ ଜନ୍ମଜୟନ୍ତୀ ଅବସରରେ ତାଙ୍କ ଜନ୍ମସ୍ଥାନରେ ପହଞ୍ଚି ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ଉପରାଷ୍ଟ୍ରପତି । ଏହାସହିତ ନେତାଜୀ ସଂଗ୍ରାହାଳୟ ମଧ୍ୟ ପରିଦର୍ଶନ କରିଛନ୍ତି । କଟକରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନରେ ପାଳିତ ହେବାକୁ ଥିବା ପରାକ୍ରମ ଦିବସରେ ଯୋଗଦେବେ ଉପରାଷ୍ଟ୍ରପତି। ସେଠାରୁ କାର୍ଯ୍ୟକ୍ରମ ସାରି ଉପରାଷ୍ଟ୍ରପତି ବିମାନ ବନ୍ଦର ଫେରିବେ । ସେଠାରୁ କୋଲକାତା ଅଭିମୁଖେ ଯିବେ ବୋଲି ସୂଚନା ରହିଛି । ଏହା ଉପରାଷ୍ଟ୍ରପତି ସି.ପି ରାଧାକ୍ରିଷ୍ଣନଙ୍କର ପ୍ରଥମ ଓଡିଶା ଗସ୍ତ |
ଆଜି ସକାଳୁ ନିର୍ଦ୍ଧାରିତ ସମୟର ୨୫ମିନିଟ୍ ପୂର୍ବରୁ ଉପରାଷ୍ଟ୍ରପତି ଓଡ଼ିଶାରେ ପହଞ୍ଚିଥିଲେ । ଉପରାଷ୍ଟ୍ରପତି ପହଞ୍ଚିବା ପରେ ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବା ସହ ସ୍ୱାଗତ କରିଥିଲେ ରାଜ୍ୟପାଳ ହରିବାବୁ କମ୍ବମପତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ବିମାନବନ୍ଦରରୁ ଉପରାଷ୍ଟ୍ରପତି ସିଧାସଳଖ କଟକ ଅଭିମୁଖେ ଯାତ୍ରା କରିଥିଲେ ।

