Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହିଳାଙ୍କ ଉପରେ ଚଢିଗଲା ବସ୍‌; ରାସ୍ତା ଅବରୋଧ କଲେ ସ୍ଥାନୀୟାଵାସୀ

ପୁରୀ,୨୩ |୧: ପୁରୀରେ ଏକ ବଡ ଦୁର୍ଘଟଣା ଘଟିଛି । ନବକଳେବର ରୋଡରେ ଜଣେ ମହିଳାଙ୍କ ଉପରେ ବସ୍‌ ଚଢ଼ିଯାଇଛି । ଯାହାଫଳରେ ମହିଳା ଜଣଙ୍କ ଗୁରୁତର ଭାବେ ଆହତ ହୋଇଛନ୍ତି | ଏହାପରେ ତାଙ୍କୁ ତୁରନ୍ତ ପୁରୀ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣା ଘଟଣାରେ ସ୍ଥାନୀୟ ଲୋକମାନେ ପ୍ରତିବାଦରେ ରାସ୍ତା ଅବରୋଧ କରିଛନ୍ତି | ତେବେ ଘଟଣାସ୍ଥଳରେ କୁମ୍ଭାରପଡା ଥାନା ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ବସକୁ ଏବେ କ୍ରୁଟ୍‌ ଚଳାଉଛି । ଶ୍ରୀମନ୍ଦିରଠାରୁ ମାଳତୀପାଟପୁର ବସଷ୍ଟାଣ୍ଡକୁ ଯାଉଥିବା ସମୟରେ ମହିଳାଙ୍କୁ ବସଟି ଧକ୍କା ଦେଇଥିଲା । ଏହାପରେ ସ୍ଥାନୀୟ ଲୋକମାନେ ନବକଳେବର ରୋଡରେ ବସକୁ ଅଟକାଇ ପ୍ରତିବାଦ କରିଛନ୍ତି । ଉକ୍ତ ରାସ୍ତାଟିକୁ ୱାନ ୱେ କରାଯାଉ ବୋଲି ସେମାନେ ଦାବି କରୁଛନ୍ତି | ଘଟଣାସ୍ଥଳରେ ପୁଲିସ ପହଞ୍ଚି ପ୍ରତିବାଦ କରୁଥିବା ଲୋକମାନଙ୍କୁ ବୁଝାସୁଝା କରୁଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ