Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନେତାଜୀଙ୍କ ୧୨୯ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା!

କଟକ,୨୩|୧: ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୯ ତମ ଜନ୍ମ ଜୟନ୍ତୀ | ଏହି ଅବସରରେ ମୁଖମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି | ନେତାଜୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ବଡ ଘୋଷଣା କରିଛନ୍ତି | ଆଗକୁ କଟକ ମହାନଦୀ ରିଭର ଫ୍ରଣ୍ଟ ପ୍ରକଳ୍ପରେ ନଦୀକୂଳର ରୂପ ବଦଳିବ | ଏହାକୁ ସାଂସ୍କୃତିକ ଓ ମନୋରଞ୍ଜନ ସ୍ଥଳରେ ପରିଣତ କରାଯିବ, ଯାହା ଦ୍ୱାରା ପର୍ଯ୍ୟଟନ କ୍ଷେତ୍ରରେ ଅଭିବୃଦ୍ଧି ଘଟିବ । ସହରର ପରିବେଶରେ ମଧ୍ୟ ଉନ୍ନତି ଆସିବ । ଏହି ପ୍ରକଳ୍ପ କାମକୁ ଯଥାଶୀଘ୍ର ଆରମ୍ଭ କରିବାକୁ ଆଜି ନେତାଜୀଙ୍କ ଜୟନ୍ତୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏଥିପାଇଁ ପ୍ରାୟ ୨୨୦କୋଟି ଟଙ୍କା ଖର୍ଚ୍ଚ ହେବ | ୪୨୬ ଏକର ପରିମିତ ବିଶିଷ୍ଟ ଅଞ୍ଚଳରେ ଏହି ରିଭର ଫ୍ରଣ୍ଟ ପ୍ରକଳ୍ପ ବିକାଶିତ ହେବ ।

ଏହି ରିଭର ଫ୍ରଣ୍ଟ ପ୍ରକଳ୍ପ ୩ଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବାର ପ୍ରସ୍ତାବ ରହିଛି । ଏଥିପାଇଁ ୨୦୨୫-୨୬ ଆର୍ଥିକ ବର୍ଷର ରାଜ୍ୟ ବଜେଟରେ ମଧ୍ୟ ବ୍ୟୟବରାଦ ହୋଇଛି ।

ଯୋଜନା ଅନୁସାରେ, ପ୍ରାଥମିକ ପର୍ଯ୍ୟାୟରେ ବାଲିଯାତ୍ରା ପଡ଼ିଆରୁ ସାମୁଦ୍ରିକ ସଂଗ୍ରହାଳୟ ପର୍ଯ୍ୟନ୍ତ ୩.୨ କିଲୋ ମିଟର ଲମ୍ବା ରିଭରଫ୍ରଣ୍ଟ ପ୍ରୋମେନେଡ୍ ବିକାଶ ସହ ବାଲିଯାତ୍ରା ଅଞ୍ଚଳରେ ପାଦଚଲା ରାସ୍ତା, ଅତ୍ୟାବଶ୍ୟକ ଓ ଉପଯୋଗୀ ଭିତ୍ତିଭୂମି କରିବାକୁ ଯୋଜନା ଅଛି । ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟରେ ପରିବେଶ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯିବା ନେଇ ଯୋଜନା ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ