ବାଇକ୍କୁ ଧକ୍କା ଦେଇଛି ଆମ ବସ୍;ଦୁର୍ଘଟଣା ଘଟାଇଥିବା ଆମ ବସ ସମେତ ୩ଟି ବସ୍ ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ
ଭୁବନେଶ୍ୱର,୨୩|୧: ଆମ ବସ୍ କୁ ନେଇ ପ୍ରତିଦିନ ନୂଆ ନୂଆ ଦୁର୍ଘଟଣା ସାମ୍ନାକୁ ଆସୁଛି | ଆଜି ଭୁବନେଶ୍ବର ଜନପଥରେ ପୁଣି ଥରେ ଦୁର୍ଘଟଣା ଘଟାଇଛି ଆମ ବସ୍ । ଏକ ବାଇକ୍କୁ ଧକ୍କା ଦେଇଛି ଆମ ବସ୍ । ତେବେ ଦୁର୍ଘଟଣା ଘଟାଇବା ପରେ ଉତ୍ତ୍ୟକ୍ତ ଲୋକଙ୍କ ଆମ ବସ୍ କୁ ଭଙ୍ଗାରୁଜା କରିଛନ୍ତି । ଦୁର୍ଘଟଣା ଘଟାଇଥିବା ଆମ ବସ୍ ସହ ଆଉ ଦୁଇଟି ଅର୍ଥାତ ସମୁଦାୟ ୩ଟା ଆମ ବସ୍ କୁ ଭାଙ୍ଗି ଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ । ଏହି ଘଟଣା ଘଟିବା ପରେ ଆମ ବସ୍ ର ଡ୍ରାଇଭର ଓ କଣ୍ଡକ୍ଟର ନିଜ ଜୀବନ ଧରି ପଳାଇଛନ୍ତି | ତେବେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବାକୁ ଚେଷ୍ଟା ଜାରି ରଖିଛି ।
ଏହି ଘଟଣାରେ ଡିସିପି ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି | ସେ କହିଛନ୍ତି, ଏହି ଘଟଣାକୁ ଗୁରୁତର ସହିତ ନିଆଯିବ | ଏଭଳି ଅପରାଧିକ କାର୍ଯ୍ୟକଳାପରେ ଯେଉଁମାନେ ବି ସାମିଲ ଅଛନ୍ତି, ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦୁର୍ଘଟଣାକୁ ବାହାନା କରି ଏଭଳି କାଣ୍ଡ ଘଟାଇବା ଆଦୌ ଉଚିତ୍ ନୁହେଁ ।

