କ୍ଷେମାଲୋଏ ପଞ୍ଚାୟତ ରେ ଶିକ୍ଷଣ କେନ୍ଦ୍ର ଉଦଘାଟିତ
ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କ୍ଷେମାଲୋଏ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ଶିକ୍ଷଣ କେନ୍ଦ୍ର ଉଦଘାଟିତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ପଞ୍ଚାୟତ ୨୦୦୨ ମସିହାରେ ସ୍ଥାପିତ ହୋଇଥିଲା। ଶିକ୍ଷଣ କେନ୍ଦ୍ର ଲୋକାର୍ପଣ ଉତ୍ସବରେ ସରପଞ୍ଚ ଯଶୋବନ୍ତ କୁମାର ପଣ୍ଡାଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ଃ ନୃପରାଜ ସାହୁ ଯୋଗ ଦେଇ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର , ଉଲୁଣ୍ଡା ବିଡିଓ ଚିନ୍ମୟ ମହାନନ୍ଦ, କ୍ଷେମାଲୋଏ ନାଏବ ସରପଞ୍ଚ ରେବତୀ ବଘାର ,ସମିତି ସଭ୍ୟା ଚନ୍ଦ୍ରିକା ବାଘ , ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ସ୍ବୟଂଭୁ ପୁରୋହିତ ଓ କ୍ଷେମାଲୋଏ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅମ୍ବରୀଶ ପାଣିଗ୍ରାହୀ ଯୋଗ ଦେଇଥିଲେ । ଏହା ହେବା ଦ୍ଵାରା ଜନସାଧାରଣଙ୍କ ଅନେକ ପ୍ରକାର ସୁବିଧା ସୁଯୋଗ ହେବ ବୋଲି ଜିଲ୍ଲାପାଳ ଡ.ସାହୁ ମତବ୍ୟକ୍ତ କରିଥିଲେ।

