ବାଘରତୈଲl ଗ୍ରାମ ରେ ସରସ୍ଵତୀ ପୂଜା ଅବସରରେ ସୁନ୍ଦରlକାଣ୍ଡ ପରିବେଷଣ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା
ବୀରମହାରାଜପୁର ବ୍ଲକ କେନଝରିଆପାଲି ପଂଚାୟତ ଅନ୍ତର୍ଗତ ବାଘରତୈଳl ଗ୍ରାମ ସହଯୋଗ ଦ୍ଵାରା ସରସ୍ବତୀ ପୂଜା ଉପଲକ୍ଷେ ଏକ ସୁନ୍ଦରା କାଣ୍ଡ ପରାୟଣ ଅନୁଷ୍ଠିତ ହୋଇଥିଲା l ଏଥିରେ ବ୍ୟlସ ଭାବରେ ସୁନାମଧନ୍ୟ ପରାୟଣ ଗାୟିକା ବୌଦ୍ଧ ଜିଲ୍ଲା ର ଗୁଣୁଚିତିରା ଗ୍ରାମର ରଶ୍ମିତା ମିଶ୍ର ଯୋଗଦେଇ ସୁନ୍ଦରାକାଣ୍ଡ ପରାୟଣ ପଠନ କରିଥିଲେ l ପୂଜକ ଭାବରେ ବିସିକେଶନ ପାଣିଗ୍ରାହୀ ପୂଜା କାର୍ଯ୍ୟ ସମ୍ପାଦିତ କରିଥିଲେ ଏବଂ କର୍ତା ଭାବରେ ରଘୁନାଥ କଳତା ତାଙ୍କ ଧର୍ମପତ୍ନୀ ଯୋଶଦା କଳତା କାର୍ଯ୍ୟ ତୁଲାଇ ଥିଲେ ଏହି କାର୍ଯ୍ୟକ୍ରମ ଟି ସକାଳ ୧୦ ଟା ରୁ ଆରମ୍ଭ ହୋଇ ଅପରାହ୍ନ ୪ ଯାଏ ହୋଇଥିଲା I ପରେ ସାମୁହିକ ପ୍ରସାଦସେବନ ହୋଇଥିଲା I କାର୍ଯ୍ୟକ୍ରମ ରେ ଗୋପାଳ ବଡ଼ମାଳି , ବଳରାମ ମହାକୁର , ସୌମିତ୍ରୀ କଳତା , ଜଟାଧାରୀ ବଡ଼ମାଳୀ , ସୁରେଶ କଳତା. , ସଂଜୁ ବଡ଼ମାଳି ଙ୍କ ସମେତ ବାଘରତୈଳl ଗ୍ରାମବାସି ସହଯୋଗ କରିଥିଲେ l ଏହି କାର୍ଯ୍ୟକ୍ରମ ଟି ମାଘ ମାସ ର ସରସ୍ବତୀ ପୂଜା ଉପଲକ୍ଷେ ହେଉଥିବାରୁ ଆଖପାଖ ଅଞ୍ଚଲର ବହୁ ଲୋକ କ ସମାଗମ ହୋଇଥିଲା I

