Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁରୀରେ ହୋଟେଲ କର୍ମଚାରୀଙ୍କୁ ନିର୍ମମ ଭାବେ ହତ୍ୟା : ଘଟଣାର ତଦନ୍ତ କରୁଛି ପୋଲିସ

ପୁରୀ,୨୪|୧: ପୁରୀରେ ହତ୍ୟାକାଣ୍ଡ | ପୁରୀ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ ନିକଟରେ ଘଟିଛି ଏହି ହତ୍ୟାକାଣ୍ଡ ଘଟଣା। ଏକ ଯୁବକଙ୍କୁ ନୃସଂଶ ଭାବେ ହାଣି ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । ସୂଚନା ଅନୁସାରେ ମୃତ ଯୁବକ ଜଣଙ୍କ ହେଲେ ବାଲେଶ୍ୱର ଜିଲାର ସ୍ମାରକ ଶ୍ରୀ ଓରଫ ଟୁଟୁ । ସେ ଏକ ହୋଟେଲରେ କର୍ମଚାରୀ ଭାବେ କାମ କରୁଥିବା ଜଣାପଡିଛି । ଖବର ପାଇ ଟାଉନ ଥାନା ପୁଲିସ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ତାଙ୍କ ମୃତ୍ୟୁ ପଛରେ କଣ କାରଣ ରହିଛି, ବା ଏ ହତ୍ୟା ପଛରେ କାହାର ହାତ ଅଛି? ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ | ମୃତ ବ୍ୟକ୍ତିର ପେଟ ଓ ଅନ୍ୟାନ୍ୟ ଜାଗାରେ ଆଘାତ ରହିଥିବା ଦେଖିବାକୁ ମିଳିଛି । ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ