Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାବାଳିକାକୁ ଅପହରଣ ସହିତ ଦୁଷ୍କର୍ମ କରିଥିବା ଅଭିଯୋଗ: ଅଭିଯୁକ୍ତ କୋର୍ଟ ଚାଲାଣ କରିଛି ପୋଲିସ

ଗୋପାଳପୁର,୨୪|୧: ରାଜ୍ୟରେ ନାରୀ ମାନଙ୍କ ସୁରକ୍ଷା ବିପଦରେ | ଦିନକୁ ଦିନ ଦୁଷ୍କର୍ମ ମାମଲା ବୃଦ୍ଧି ପାଇବାରେ ଲାଗିଛି | ଏପରିକି ନାବାଳିକା ଦୁଷ୍କର୍ମ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି | ଆଜି ନାବାଳିକାକୁ ଅପହରଣ ସହ ଦୁଷ୍କର୍ମ ଅଭିଯୋଗରେ ଜଣେ ଯୁବକକୁ ଗୋପାଳପୁର ପୁଲିସ ଗିରଫ କରିଛି | ଏହା ସହିତ କୋର୍ଟ ଚାଲାଣ ମଧ୍ୟ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଲେ ଯାଜପୁର ଥାନା ଜେନାପୁର ବାଲିସାହିର ବସନ୍ତ ମଲ୍ଲିକ( ୨୧) | ଏନେଇ ପୁଲିସ ସୂଚନା ଦେଇଛି।

ସୂଚନା ଅନୁସାରେ, ବ୍ରହ୍ମପୁର ଗୋସାଣି ନୁଆଁଗା ଥାନା ଅଞ୍ଚଳର ୧୪ ବର୍ଷିଆ ନାବାଳିକା ଜଣକ ଗତବର୍ଷ ଡିସେମ୍ବର ୨୮ରେ ଗୋପାଳପୁରରେ ରହୁଥିବା ପିଉସୀଙ୍କ ଘରକୁ ଆସିଥିଲା । ପରେ ପିଉସୀ ଓ ପିଉସା ବ୍ରହ୍ମପୁର ଯିବା ପାଇଁ ବସରେ ବସାଇଥିଲେ। କିନ୍ତୁ ନାବାଳିକା ଜଣକ ଆଉ ଘରକୁ ଫେରି ନଥିଲେ | ବହୁ ଖୋଜା ଖୋଜି ପରେ ନ ମିଳିବାରୁ ପରିବାର ଲୋକେ ଗୋପାଳପୁର ଥାନାରେ ୨୯ ତାରିଖରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା | ତଦନ୍ତରୁ ଅଭିଯୁକ୍ତ ଯାଜପୁର ଥାନା ଜେନାପୁର ବାଲିସାହି ଅଂଚଳର ବସନ୍ତ ମଲ୍ଲିକ ନାବାଳିକାକୁ ଅପହରଣ କରି ନେଇଥିବା ଜଣା ପଡିଥିଲା | ପୁଲିସ ଖବର ପାଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକଙ୍କ ନିର୍ଦ୍ଦେଶ ମୁତାବକ ଏସ.ଆଇ ଭବାନୀଶଙ୍କର ନାୟକ,ଏଏସଆଇ ମେଘନାଦ ସାହୁ,ମହିଳା ପୁଲିସ ପଦ୍ମିନୀ ପାତ୍ର ଢେଙ୍କାନାଳ ଜିଲ୍ଲା ବିଧାରପୁର ଗ୍ରାମରୁ ଉଭୟଙ୍କୁ କାବୁ କରି ଥାନାକୁ ଆଣିଥିଲେ। ପରେ ନାବାଳିକାର ଡାକ୍ତର ମାଇନା,ବୟାନ ରେକର୍ଡ କରି ଅଭିଯୁକ୍ତ ବସନ୍ତକୁ କୋର୍ଟ ଚାଲାଣ କରାଯାଇଛି | ଏନେଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ ସୂଚନା ଦେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ