୨୦୦୦ ଟଙ୍କିଆ ନୋଟ୍କୁ ନେଇ RBIର ନୂଆ ନିୟମ! କଣ ଏବେବି ଆପଣଙ୍କ ପାଖରେ ୨୦୦୦ ଟଙ୍କିଆ ନୋଟ୍ ରହିଛି କି? ବଦଳେଇବାକୁ ଚିନ୍ତା କରୁଛନ୍ତି କି? ତାହାଲେ ଜାଣନ୍ତୁ……
ନୂଆଦିଲ୍ଲୀ,୨୪|୧: ଦେଶରେ ୨୦୦୦ ଟଙ୍କିଆ ନୋଟ୍କୁ ବ୍ୟାନ୍ କରାଯାଇଛି । ୧୯ ମଇ ୨୦୨୩ ରେ , ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଆନୁଷ୍ଠାନିକ ଭାବରେ ୨୦୦୦ ଟଙ୍କା ବନ୍ଦ କରିବା ନେଇ ଘୋଷଣା କରିଥିଲା। ବଢ଼ୁଥିବା କଳାଧନ ଏବଂ ଡିଜିଟାଲ୍ କାରବାର ଆଡକୁ ପରିବର୍ତ୍ତନ ଆଧାରରେ ୨୦୦୦ ଟଙ୍କିଆ ନୋଟକୁ ବ୍ୟାନ୍ କରାଯାଇଛି । କିନ୍ତୁ ଏବେବି କିଛି ଲୋକଙ୍କ ପାଖରେ ୨୦୦୦ ଟଙ୍କିଆ ନୋଟ ରହିଛି। ଯଦି ଆପଣଙ୍କ ପାଖରେ ବି ୨୦୦୦ ଟଙ୍କିଆ ନୋଟ୍ ରହିଛି, ତାହାଲେ ଚିନ୍ତା କରିବାର ଆବଶ୍ୟକତା ନାହିଁ | ଆପଣଙ୍କ ପାଖରେ ଥିବା ୨୦୦୦ ଟଙ୍କିଆ ନୋଟକୁ ଆପଣ ବଦଳାଇପାରିବେ!
୨୦୦୦ ଟଙ୍କିଆ ନୋଟ୍ ଆଉ ଆଇନଗତ ଭାବରେ ପ୍ରଚଳିତ ହେଉ ନାହିଁ କି ସାମଗ୍ରୀ କିଣିବା ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ ନାହିଁ | ତଥାପି ଏହାର ମୂଲ୍ୟ ବଜାୟ ରହିଛି । RBI ଅନୁସାରେ, ଏହି ନୋଟଗୁଡ଼ିକ ଏବେ ମଧ୍ୟ ଆଇନଗତ ଭାବରେ ପ୍ରଚଳିତ, ଅର୍ଥାତ୍ ସେମାନଙ୍କର ମୂଲ୍ୟ ଶୂନ୍ୟକୁ ହ୍ରାସ ପାଇନାହିଁ । ତେବେ ସେଗୁଡ଼ିକୁ ବ୍ୟବହାର କରିବା ପାଇଁ ନିୟମରେ ପରିବର୍ତ୍ତନ କରାଯାଇଛି । RBI ନିୟମ ଅନୁଯାୟୀ, ଆପଣ ଏହି ନୋଟଗୁଡ଼ିକୁ ନିମ୍ନଲିଖିତ ଉପାୟରେ ବ୍ୟବହାର କରିପାରିବେ:
୧. କେବଳ RBI ର ଶାଖା କାର୍ଯ୍ୟାଳୟରେ ବଦଳ କରନ୍ତୁRBIର ନିୟମ ଅନୁସାରେ, ଆପଣଙ୍କ ନିକଟତମ ବାଣିଜ୍ୟିକ ବ୍ୟାଙ୍କ, ଯେପରିକି SBI, HDFC, PNBରେ ଏହି ନୋଟଗୁଡ଼ିକୁ ଜମା କିମ୍ବା ବଦଳ କରିପାରିବାର ସୁବିଧା ଉପଲବ୍ଧ ନାହିଁ | ଏଥିପାଇଁ ଆପଣଙ୍କୁ ସାରା ଦେଶରେ ଅବସ୍ଥିତ ୧୯ ଟି RBI ଇସ୍ୟୁ ଅଫିସ ମଧ୍ୟରୁ ଗୋଟିଏକୁ ଯିବାକୁ ପଡିବ । ତେବେ ପ୍ରମୁଖ କାର୍ଯ୍ୟାଳୟଗୁଡ଼ିକ ଯଥା- ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁ, ଅହମ୍ମଦାବାଦ, ଚଣ୍ଡିଗଡ଼, ଜୟପୁର, ଇତ୍ୟାଦିରେ ରହିଛି |
୨. ଡାକ ସାହାଯ୍ୟରେ ପଠାନ୍ତୁଏହି ନିୟମ ଅନୁଯାୟୀ, ଯଦି ଆପଣ ବ୍ୟକ୍ତିଗତ ଭାବରେ RBI କାର୍ଯ୍ୟାଳୟକୁ ଯିବାରେ ସମସ୍ୟା ରହିଛି, ତେବେ ଆପଣ ଇଣ୍ଡିଆ ପୋଷ୍ଟ ମାଧ୍ୟମରେ ବୀମାକୃତ ପୋଷ୍ଟ ବ୍ୟବହାର କରି ସିଧାସଳଖ RBI କାର୍ଯ୍ୟାଳୟକୁ ନୋଟଗୁଡ଼ିକ ପଠାଇପାରିବେ। ଏଥିପାଇଁ ଆପଣଙ୍କୁ ଏକ ଆବେଦନ ଫର୍ମ ଆଣିବାକୁ ପଡିବ |ଏହା ସହିତ ଆପଣଙ୍କର ପରିଚୟପତ୍ର ଏବଂ ଆପଣ ଟଙ୍କା ଜମା କରିବାକୁ ଚାହୁଁଥିବା ବ୍ୟାଙ୍କ ଆକାଉଣ୍ଟ ବିବରଣୀ ସହିତ ନୋଟଗୁଡ଼ିକ ମଧ୍ୟ ପଠାଇବାକୁ ପଡିବ ।
୩. ବ୍ୟାଙ୍କ ଆକାଉଣ୍ଟରେ ହେବ କ୍ରେଡିଟ୍ତେବେ ଏହି ନୋଟଗୁଡ଼ିକର ଏମାଉନ୍ଟ ଆପଣଙ୍କୁ ନଗଦ ଦେବା ବଦଳରେ, ଆପଣଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ବ୍ୟାଙ୍କ ବିବରଣୀ ଆଧାରରେ RBI ସିଧାସଳଖ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିବ ।
ଆବଶ୍ୟକୀୟ ପ୍ରମାଣପତ୍ରଏଥିପାଇଁ ଆବଶ୍ୟକୀୟ ପ୍ରମାଣପତ୍ର ଗୁଡିକ ହେଉଛି,ଯଥା – ଆଧାର କାର୍ଡ କିମ୍ବା ପ୍ୟାନ କାର୍ଡ,ବ୍ୟାଙ୍କ ପାସବୁକ୍ କିମ୍ବା ବାତିଲ୍ ଚେକ୍ ର କପି,ଏବଂ ଆବେଦନ ଫର୍ମ | ଏ ସମସ୍ତ ପ୍ରମାଣ ପତ୍ର ଆପଣଙ୍କୁ ଦାଖଲ କରିବାକୁ ପଡିବ |
ଯଦି ଆପଣ ୨୦୦୦ଟଙ୍କିଆ ନୋଟକୁ ବଦଳେଇବାକୁ ଚାହୁଁଛନ୍ତି ତେବେ ଆପଣ ଏହି ପ୍ରଣାଳିକୁ ଅଂଶରଣଃ କରି ବଦଳେଇପାରିବେ | କିନ୍ତୁ ସତର୍କ ରୁହନ୍ତୁ! କୌଣସି ବ୍ୟକ୍ତିଙ୍କ ଜରିଆରେ ଏ ନୋଟ୍ ବଦଳ କରନ୍ତୁ ନାହିଁ । ସମ୍ପୂର୍ଣ୍ଣ KYC ନିୟମ ଅନୁସରଣ କରି ଆପଣଙ୍କ ପାଖେ ରହିଯାଇଥିବା ୨୦୦୦ ଟଙ୍କିଆ ନୋଟକୁ ବଦଳେଇପାରିବେ |

