ପାଟକୁରା ବିଧାୟକଙ୍କୁ ନିଲମ୍ବନ କରିବା ବିଷୟରେ ଦଳର ସୁପ୍ରିମୋଙ୍କ ପ୍ରତିକ୍ରିୟା ପରେ, ଅରବିନ୍ଦ ଏପରି କହିଲେ…..
କେନ୍ଦ୍ରାପଡ଼ା ୨୪।୧: ବିଧାୟକ ଅରବିନ୍ଦ ମହାପାତ୍ର ନିଲମ୍ବନ ପ୍ରସଙ୍ଗରେ ଖୋଦ୍ ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରତିକ୍ରିୟା ଦେବା ପରେ ମଧ୍ୟ ନିଲମ୍ବନର କାରଣ ସ୍ପଷ୍ଟ ହେଉନାହିଁ | ଗତ କାଲି ଏନେଇ ଶଙ୍ଖ ଭବନ ସମ୍ମୁଖରେ ଅରବିନ୍ଦ ମହାପାତ୍ରଙ୍କ ପ୍ରସଶଙ୍କଙ୍କ ଭିଡ ଜମିଥିଲା | ନିଲମ୍ବନର ସ୍ପଷ୍ଟ କାରଣ ଜାଣିବା ଅରବିନ୍ଦଙ୍କ ସମର୍ଥନରେ ଶଙ୍ଖ ଭବନ ସମ୍ମୁଖରେ ପ୍ରତିବାଦ କରିଥିଲେ | ତେବେ ନିଲମ୍ବନର କାରଣ ବିଷୟରେ ଅରବିନ୍ଦଙ୍କୁ ପଚରାଯିବା ସମୟରେ ସେ କହିଥିଲେ ଯେ ସେ କୌଣସି ପ୍ରକାର ବିଶ୍ୱାସଘାତକତା ଦଳ ରେ କରି ନାହାନ୍ତି | ବରଂ ସେ ପାଟକୁରା ଲୋକଙ୍କ ସେବା ପାଇଁ ସର୍ବଦା ଚେଷ୍ଟିତ ଥିଲେ | ଅପରପକ୍ଷେ ଦଳର ସୁପ୍ରିମୋ ତାଙ୍କୁ ଦଳରେ ବିଶ୍ୱାସଘାତକତା ଏବଂ ପାଟକୁରା ବାସୀଙ୍କ ଆଶାକୁ ବୃଥା କରିବା ଆଧାରରେ ଦଳରୁ ନିଲମ୍ବନ କରିଛନ୍ତି ବୋଲି ସ୍ପଷ୍ଟ ପ୍ରତିକ୍ରିୟା ଦେଇଛନ୍ତି | ତେବେ ଏହାର ଜବାବରେ ଅରବିନ୍ଦ ମୁହଁ ଖୋଲିଛନ୍ତି | ସେ କହିଛନ୍ତି, ମୋ ସମ୍ପର୍କରେ ଯାହା ଅଭିଯୋଗ ହୋଇଛି ସବୁ ମିଛ ଏବଂ କାଳ୍ପନିକ କାହାଣୀ | ନିଜେ ନବୀନ ବାବୁ ମିଛ କହୁଛନ୍ତି l ମୋ ସମ୍ପର୍କରେ ବିଜେଡି ନେତାମାନେ ୮ ପ୍ରକାରରୁ ଅଧିକ ମିଛ କହିଥିବା ଅରବିନ୍ଦ ମହାପାତ୍ର କହିଛନ୍ତି l
ସେ ଆହୁରି କହିଛନ୍ତିଯେ, ଏ ନିଲମ୍ବନର କାରଣ ସ୍ପଷ୍ଟ କରିବାକୁ ତାଙ୍କୁ ଭେଟିବାକୁ ଚାହୁଁଥିବା ସତ୍ତ୍ୱେ ନବୀନ ବାବୁ ମତ ରଖିଛନ୍ତି କି ତାଙ୍କୁ ଆଉ ଭେଟିବାର ଆବଶ୍ୟକତା ନାହିଁ l ଦଳ ମୋତେ ନିଲମ୍ବନ କରିବାର ନିଷ୍ପତ୍ତି ମୁର୍ଖାମୀର ପରିଚୟ l ଏକାଠି ରହିବା ବଦଳରେ ଦଳ ଅଲଗା କରୁଛି l ଏହା ଉଚିତ ନୁହଁ l ତେବେ ସମୟ ଆସିଲେ ଉଚିତ ନିଷ୍ପତ୍ତି ନେବି ବୋଲି ସେ କହିଛନ୍ତି l
ଆଜି ପୁନର୍ବାର ଅରବିନ୍ଦ ମହାପାତ୍ର ପାଟକୁରାରେ ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି l ଏକ ଶୋଭାଯାତ୍ରାରେ ବାହାରି ସେ କାର୍ଯ୍ୟକ୍ରମ ସ୍ଥଳରେ ସେ ପହଞ୍ଚଥିଲେ l ତାଙ୍କର ସମର୍ଥକ ମାନେ ତାଙ୍କୁ ବିଶାଳ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ l

