Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନଝିରିଆ ପାଲି ହାଇ ସ୍କୁଲ ରେ ଜାତୀୟ ବାଳିକା ଦିବସ ପାଳିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଵୀରମହାରାଜପୁର ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠ, କେନଝିରିଆପାଲି ଠାରେ ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି l କେନଝିରିଆପାଲି ଆରୋଗ୍ୟ ମନ୍ଦିର ସ୍ୱାସ୍ଥ୍ୟ କେନ୍ଦ୍ର ର ସି ଏଚ ଓ ଅଞ୍ଜଳି ବାଗ ଯୋଗଦେଇ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପାତ୍ର ଅଧ୍ୟକ୍ଷତା କରିଥିବାବେଳେ ବାଳିକା ସୁରକ୍ଷା ଏକ ସାମାଜିକ ଦାୟିତ୍ୱ ବୋଲି ନିଜର ବକ୍ତବ୍ୟ ରଖିଥିଲେ l ବିଦ୍ୟାଳୟ ର ଛାତ୍ରୀ ମାନଙ୍କ ଦ୍ୱାରା ଏକ ଶୋଭାଯାତ୍ରା କରି କନ୍ୟା ସନ୍ତାନ ର ସୁରକ୍ଷା ଦିଗରେ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା I ସହକାରୀ ଶିକ୍ଷକ ଜଗଦିଶ ପ୍ରଧାନ , ମୀନକେତନ ରଣା , ଗୌରୀଶଙ୍କର ପୁଜାହାରୀ , କର୍ମଚାରୀ ସତ୍ୟନାରାୟଣ ରାଜହଂସ , ଚିତ୍ତରଞ୍ଜନ ପଧାନ , ସରୋଜ ଭୁକ୍ତା ଏଥିରେ ସହଯୋଗ କରିଥିଲେ l ଅନ୍ୟତମ ମହିଳା ସ୍ୱାସ୍ଥ୍ୟ କର୍ମି ସରସ୍ଵତୀ ନାଗ ପୁଅ ଓ ଝିଅ ସମସ୍ତେ ସମାନ ବୋଲି ବକ୍ତବ୍ୟ ରଖିବା ସହ ଧନ୍ୟବାଦ ଅର୍ପଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ