Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆତଙ୍କବାଦୀଙ୍କ ସହ ମିଶି ଭାରତ ବିରୁଦ୍ଧରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ପାକିସ୍ତାନ!

ନୂଆଦିଲ୍ଲୀ,୨୭|୧: ଭାରତ ପକ୍ଷରୁ ଆରମ୍ଭ ହୋଇଥିବା ସିନ୍ଦୁର ଅପରେସନ ପରେ ଏବେ ପ୍ରତିଶୋଧର ନିଆଁରେ ଜଳୁଛି ପାକିସ୍ତାନ | ଆତଙ୍କବାଦୀ ମାନଙ୍କ ସହିତ ମିଶି ରଚୁଛି ଭାରତ ବିରୁଦ୍ଧରେ ଷଡଯନ୍ତ୍ର | ଆତଙ୍କବାଦୀ ସଂଗଠନ ଜମାତ-ଉଦ୍-ଦାୱା (JuD) ଏବଂ ଲସ୍କର-ଏ-ତୈବା (LeT) ପୁଣି ଥରେ ଭାରତ ବିରୁଦ୍ଧରେ ମନ୍ତବ୍ୟ ଦେବାର ସାହସ କରିଛନ୍ତି । ପ୍ରଥମେ, ପାକିସ୍ତାନର CDF ଅସୀମ ମୁନିର ଏବଂ ଏବେ ଶାହବାଜ ସରକାରଙ୍କ ନିର୍ଦ୍ଦେଶରେ ଆତଙ୍କବାଦୀ ସଂଗଠନ ଖୋଲାଖୋଲି ଭାବରେ ଭାରତକୁ ଧମକ ଦେବା ଆରମ୍ଭ କରିଛି।

ଏକ ଜାତୀୟ ଗଣମାଧ୍ୟମ ଦ୍ବାରା ପ୍ରକାଶିତ ହୋଇଥିବା ଏକ ଭିଡିଓରେ ଦାବି କରାଯାଇଛି ଯେ, ଆତଙ୍କବାଦୀ ସଂଗଠନ ରହିମ ୟାର ଖାନରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଯେଉଁଥିରେ ଲସ୍କରର ଶୀର୍ଷ କମାଣ୍ଡର ସୈଫୁଲ୍ଲା କସୁରୀ, ହାଫିଜ୍ ସଇଦର ନିକଟତର ଆତଙ୍କବାଦୀ ଏବଂ ଜମାତ-ଉଦ୍-ଦାୱାର ଆତାଉଲ୍ଲା ଘିଲଜାଇ ସାମିଲ ହେବା ସହିତ ଭାରତ ବିରୁଦ୍ଧରେ ଖୋଲାଖୋଲି ବୟାନ ଦେଇଥିଲେ। ଏହା ସହିତ ପାକିସ୍ତାନୀ ସେନା ଖୋଲାଖୋଲି ଭାବରେ ଆତଙ୍କବାଦୀ ମାନଙ୍କୁ ସମର୍ଥନ କରୁଛି ବୋଲି ସେମାନେ ସ୍ୱୀକାର ମଧ୍ୟ କରିଛନ୍ତି |

ରାଲିକୁ ସମ୍ବୋଧିତ କରି ଜମାତ-ଉଦ୍-ଦାୱାର ଆତାଉଲ୍ଲା ଘିଲଜାଇ କହିଛନ୍ତି କି, “ଆମେ ଯଦି ଚାହିଁବୁ,ଭାରତର ମାନଚିତ୍ର ବଦଳାଇ ପାରିବୁ ଏବଂ ଏଥିପାଇଁ ଆମେ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ”। ଆମେ ଭାରତର ମଧ୍ୟ ଭାଗକୁ ମଧ୍ୟ ପଶି ପାରିବୁ | ଆମର ବିଚାରଧାରାକୁ ବଜାୟ ରଖିବାକୁ ଆମେ ପାକିସ୍ତାନୀ ସେନା ସହିତ ଆଲୋଚନା କରୁଛୁ । ଆମେ ପାକିସ୍ତାନୀ ସେନା ଏବଂ ନେତା ମାନଙ୍କୁ ଆମ ସହିତ ବସି ପାକିସ୍ତାନର ଚିନ୍ତାଧାରାକୁ ରକ୍ଷା କରିବାକୁ ଆମନ୍ତ୍ରଣ କରିଥିଲୁ।

କେବଳ ସେତିକି ନୁହେଁ, ସୈଫୁଲ୍ଲା କସୁରୀ ପାକିସ୍ତାନ ରାଜନୀତିରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ତାଙ୍କର ଲକ୍ଷ୍ୟ ଥିବା ନେଇ ମଧ୍ୟ ଘୋଷଣା କରିଥିଲେ। ସେ କହିଥିଲେ, “ଆମେ ରାଜନୀତିରେ ପ୍ରବେଶ କରୁଛୁ, ଏବଂ ସାରା ବିଶ୍ୱ ଆମକୁ ଭୟ କରୁଛି। ଏବେ ମଦ୍ରାସା ଛାତ୍ରମାନେ ଜିହାଦ ନୀତି ଅନୁସରଣ କରିବାକୁ ପ୍ରସ୍ତୁତ ରହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ