Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସନ୍ତା କାଲି ଓଡିଶା ବନ୍ଦ ଡାକରା ଦେଇଛି ନବନିର୍ମାଣ କୃଷକ ସଂଗଠନ; କଂଗ୍ରେସର ପୂର୍ଣ୍ଣ ସମର୍ଥନ

ଭୁବନେଶ୍ବର ୨୭।୧: ଆସନ୍ତା ଜାନୁଆରୀ ୨୮ରେ ସମ୍ପୂର୍ଣ୍ଣ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି | ସକାଳ ୬ଟାରୁ ୨ଟା ପର୍ଯ୍ୟନ୍ତ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି l ନବନିର୍ମାଣ କୃଷକ ସଂଗଠନ ସହ ନବନିର୍ମାଣ ଯୁବଛାତ୍ର ସଂଗଠନ ମଧ୍ୟ ଏହି ବନ୍ଦ ଡାକରାରେ ସାମିଲ ହୋଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ବନ୍ଦ ଡାକରାକୁ ପୂର୍ଣ୍ଣ ସମର୍ଥନ ଜଣାଇଛି ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ । ଏହାସହ ଏହି ବନ୍ଦ ଡାକରାକୁ ସିପିଆଇ ମଧ୍ୟ ସମର୍ଥନ ଜଣାଇଛି । ଏହି ବନ୍ଦ ଡ଼ାକରାରେ, ସ୍କୁଲ, ଅଫିସ ଓ ବିଭିନ୍ନ ବ୍ୟବସାୟ ସମେତ ଅନେକ ଜିନିଷ ସିଧାସଳଖ ପ୍ରଭାବିତ ହେବାର ସମ୍ଭାବନା ରହିଛି |

ରାଜ୍ୟର ବିଭିନ୍ନ ଅବ୍ୟବସ୍ଥା ଦାବିକୁ ନେଇ ଓଡ଼ିଶା ବନ୍ଦ ଡାକରା ଦେଇଛି ନବନିର୍ମାଣ କୃଷକ ସଂଗଠନ। ସମସ୍ତ ଚାଷୀଙ୍କ ଧାନ ଏମ୍ଏସ୍‌ପି ଏବଂ ଇନ୍‌ପୁଟ୍‌ ସ ମିଶାଇ କ୍ଵିଣ୍ଟାଲ ପ୍ରତି ୩୧୦୦ ଟଙ୍କାରେ କିଣାଯାଉ, ଏହା ସହିତ ଧାନ କ୍ରୟ ପରେ ସଠିକ୍ ସମୟ ମଧ୍ୟରେ ଚାଷୀଙ୍କୁ ଟଙ୍କା ପ୍ରଦାନ କରାଯାଉ | ସେହିପରି ଟୋକେନ୍ ଓ ମଣ୍ଡି ବ୍ୟବସ୍ଥାରେ ସମସ୍ତ ଦୁର୍ନୀତି ଦୂର କରାଯାଉ । ଦଲାଲ ଏବଂ ଦୁର୍ନୀତି କରୁଥିବା ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଦାବି ରଖିଛି କୃଷକ ସଂଘ | କେବଳ ଜରୁରୀ କାଳୀନ ସେବାକୁ ଛାଡି ଆଉ ସବୁ ବନ୍ଦ ରହିବ ବୋଲି ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ