ବୀରମହାରାଜପୁର ର ବିଭିନ୍ନ ସ୍ଥାନରେ 77 ତମ ସାଧାରଣତନ୍ତ୍ର ଦିବସ ପାଳିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ଉପଖଣ୍ଡସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ଉପଜିଲ୍ଲାପାଳ ସୁରେନ୍ଦ୍ର ମେହେର ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ । ଏଥିରେ ୩୨ଟି ପ୍ୟାରେଡ ଦଳ ଅଂଶଗ୍ରହଣ କରିଥିଲେ । ଶିକ୍ଷା ଓ ଜଙ୍ଗଲ ବିଭାଗ ପକ୍ଷରୁ ପ୍ରଜ୍ଞାପନ ମେଢ ମଧ୍ୟ ପ୍ରଦର୍ଶିତ ହୋଇଥିଲା । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ଏବଂ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଁ ଅନେକ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା । ଶ୍ରେଷ୍ଠ ସାମ୍ବାଦିକ ଭାବରେ ସୁଧୀର ବିଶ୍ବାଳଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଲକ୍ଷ୍ମୀନାରାୟଣ ସାହୁ ଉତ୍ସବର ସଂଯୋଜନା କରିଥିବାବେଳେ କ୍ରୀଡ଼ା ଅଧ୍ୟାପକ ନରେନ୍ଦ୍ର ଚାନ୍ଦ ଓ ସ୍ଥାନୀୟ ଏସଡିଆଇପିଆରଓ ଅଶୋକ ପ୍ରିୟଦର୍ଶୀ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅପରାହ୍ନରେ ଷ୍ଟାଡିଅମ ଠାରେ ଆୟୋଜିତ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଝାରସୁଗୁଡାକୁ ହରାଇ ବୌଦ୍ଧ ଚମ୍ପିଆନ ହୋଇଥିଲା । ଉପଖଣ୍ଡ ସାମ୍ବାଦିକ ଭବନ ଠାରେ ସଭାପତି ସ୍ଵୟମ୍ଭୁନାଥ ଖଣ୍ଡଗିରି, ବ୍ଲକ କାର୍ଯ୍ୟାଳୟ ଠାରେ ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ଜାତୀୟ ପତାକା ଉତ୍ତୋଳନ କରିଥିଲେ ।ସେହିପରି ସୁବଳୟା ହାଇସ୍କୁଲ ପଡିଆରେ ବୀରମହାରାଜପୁର ତହସିଲଦାର ସୂଚି ସ୍ମିତା ପାଣିଗ୍ରାହୀ. ସୁବଳୟା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ ରେ ଅବସରପ୍ରାପ୍ତ ଅଧ୍ୟାପକ ଭୋଳାନାଥ କର୍ମୀ , ବନବିଭାଗ କାର୍ଯ୍ୟାଳୟ ରେ ଏ. ସି. ଏଫ. ଅଭିନାଶ ବରିହା ଓ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘରେ ସଭାନେତ୍ରୀ ମୀରା ବାରିକ ଜାତୀୟ ପତାକା ଉତ୍ତଳୋନ କରିଥିଲେ l

