ବୀରମହାରାଜପୁର ଲୋକ ମହୋତ୍ସବ ସ୍ମରଣିକା ପାଇଁ ଲେଖା ଆହ୍ବାନ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଲୋକ ମହୋତ୍ସବ ମାଲେଶ୍ରୀ-୨୦୨୬ , ସ୍ମରଣିକା କମିଟିର ବୈଠକ ଆଜି ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି I ସ୍ମରଣିକା ସଂପାଦକ ଡ.ଦ୍ବିତୀକୃଷ୍ଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ଯକ୍ରମରେ ସ୍ମରଣିକାର କଳେବର ତଥା ଲେଖା ଆହ୍ବାନ, ବିଶିଷ୍ଟ ବ୍ୟକ୍ତିଙ୍କ ଠାରୁ ବାର୍ତ୍ତା ସଂଗ୍ରହ, ବିଜ୍ଞାପନ , ସ୍ମରଣିକା ବ୍ୟୟ ଅଟକଳ, ସ୍ମୃତି ଫଟୋ ସଂଗ୍ରହ , ଲେଖା ପଠାଇବାର ଠିକଣା ଆଦି ଛଅ ଗୋଟି ବିନ୍ଦୁ ଉପରେ ଆଲୋଚନା କରାଯାଇଥିଲା । ବୁଧବାର ଏହି ବୈଠକରେ ଡଃ.ପ୍ରଫୁଲ୍ଲ କୁମାର ରଥ, ଭୂଷଣ କୁମାର ପାତ୍ର , ଯୁଗଳ କିଶୋର ମିଶ୍ର, ଅକ୍ଷୟ ରାଏ , ସଦାଶିବ ଚାନ୍ଦ, ଶୁଭ୍ରାଂଶୁ ପାଢୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସ୍ମରଣିକାରେ ସ୍ଥାନୀୟ ଲୋକକଳl , ଲୋକ ସାହିତ୍ୟ , ଐତିହ୍ୟ, ସଂସ୍କୃତି , ପରମ୍ପରା, ସ୍ଥାନୀୟ ଦର୍ଶନୀୟ ସ୍ଥାନ,ଆଦି ସଂପର୍କିତ ହେଇ ଓଡ଼ିଆ , ସମ୍ବଲପୁରୀ କୋଶଲି, ଇଂରାଜୀରେ ହେବା ବାଞ୍ଛନୀୟ ବୋଲି ପ୍ରସ୍ତାବ ଗୃହୀତ କରା ଯାଇଛି। ପୁନଶ୍ଚ ଲେଖା ସବୁ ଇ ମେଲ୍ ଠିକଣା maleshree2026@gmail.com କିମ୍ବା ହ୍ବାଟ୍ସ୍ ଅପ୍ ନମ୍ବର 9938047790 ନମ୍ବର୍ରେ ପଠାଇବାକୁ ଲେଖକ ମାନଙ୍କୁ ଅନୁରୋଧ କରାଗଲା । ଶେଷରେ ପଙ୍କଜ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

