ବୀରମହାରାଜପୁର ଧନୁଯାତ୍ରା ର ଦ୍ଵିତୀୟ ସନ୍ଧ୍ୟାରେ ଦେବକୀ ବସୁଦେବଙ୍କ ବିବାହ , ଉଗ୍ରସେନ ଗାଦିଚ୍ୟୁତ , କଂସ ର ରାଜ୍ୟଭିସେକ ଅଭିନୀତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଜୁ ପଟ୍ଟନାୟକ ମିନିଷ୍ଟାଡିୟମ ଠାରେ ଚତୁର୍ଥ ବୀରମହାରାଜପୁର ଧନୁଯାତ୍ରା ମହୋତ୍ସବ କମିଟି ସଭାପତି କିଶୋର ହୋତାଙ୍କ ଉଦ୍ୟମ କ୍ରମେ କଂସ ଦରବାର ଓ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l ଦ୍ଵିତୀୟ ସନ୍ଧ୍ୟା ରେ ମୁଖ୍ୟ ଅତିଥି ଭାବରେ ବୀରମହାରାଜପୁର ର ପୂର୍ବତନ ବିଧାୟକ ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗ ଦେଇ ସଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ l ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜିତ କୁମାର ରଥ, ଉକ୍ତ କାର୍ଯ୍ୟକ୍ରମ ରେ କଂସ ଭାବରେ ଝସକେତନ ପଧାନ, ନିଖୁଣ ଅଭିନୟ ଦର୍ଶକ ମାନଙ୍କୁ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା l ବୁଧବାର ଦେବକୀ ବସୁଦେବ ବିବାହ, ଉଗ୍ରେସନ ଙ୍କ ଗାଦିଚ୍ୟୁତ ଯୁବରାଜଙ୍କ କଂସରାଜ୍ୟାଭିଷେକ ଅନୁଷ୍ଠିତ ହୋଇଥିଲା l ପ୍ରଥମ ସାନ୍ଧ୍ୟରେ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ସମିତି ସଭ୍ୟ ଲକ୍ଷ୍ମୀ ନାରାୟଣ ସାହୁ, ଚମ୍ପାମାଲ ସରପଞ୍ଚ ମହେନ୍ଦ୍ର ଜଗଦଲା, ଲୁତୁରପଙ୍ଗ ସରପଞ୍ଚ ସୂର୍ଯ୍ୟ ନନ୍ଦ, ପୂର୍ବତନ ସମିତି ସଭ୍ୟ ସୁରୁ ନାରାୟଣ ମହାକୁର l ମିନାବଜାର ଦର୍ଶକ ମାନଙ୍କ ମନ ମୋହି ନେଉଛି l ମଞ୍ଚରେ ସଂଯୋଜନା କରିଥିଲେ , ଅଭିମନ୍ୟୁ ବଗର୍ତି l ସହଯୋଗ କରିଥିଲେ ସାଂସ୍କୃତିକ କମିଟି ସମ୍ପାଦକ ଚିନ୍ମୟ ସାହୁ, ଏବଂ ସୁରୁବାବୁ ପଧାନ l

