ସୁବଳୟା ରେ ବରିଷ୍ଠ ନାଗରିକ ମାନଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ
ବୀରମହାରାଜପୁର : ସୁବଳୟା ହନୁମାନ ମନ୍ଦିର ପ୍ରାଙ୍ଗଣ ରେ ଶନିବାର ବ୍ଲକ ସ୍ତରୀୟ ବରିଷ୍ଟ ନାଗରିକ ମାନଙ୍କ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଖଣ୍ଡହତା ସଙ୍ଘର ଆନୁକୁଲ୍ୟରେ ଅନୁଷ୍ଟିତ ହୋଇଯାଇଛି । ଏଥିରେ ଶତାଧିକ ବୀରମହାରାଜପୁର , ସୁବଳୟା ଓ ଖଣ୍ଡହତା ବରିଷ୍ଠ ନାଗରିକ ସଂଘର ସଭ୍ୟ ସଭ୍ୟା ମାନେ ଯୋଗଦାନ୍ କରିଥିଲେ । ଖଣ୍ଡହତା ସଙ୍ଘର ସଭାପତି ତଥା ସମାଜସେବୀ ବ୍ରଜଗୋପାଳ ମହାପାତ୍ର ସଭାପତିତ୍ବ କରିଥିଲେ l ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସୁବଳୟା ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଭୋଲାନଥ କର୍ମୀ ମୁଖ୍ୟ ଅତିଥି , ଅବସର ପ୍ରାପ୍ତ ସ୍କୁଲ ଏସ ଆଇ ଶ୍ରୀ କୃଷ୍ଣଚନ୍ଦ୍ର ପାଢ଼ୀ ମୁଖ୍ୟ ବକ୍ତା , ଦୟାନିଧି ହୋତା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ବରିଷ୍ଠ ସଦସ୍ୟ ଅନ୍ତର୍ଯ୍ୟାମୀ ରଥ , ଆଡଭୋକେଟ ନନ୍ଦିକିଶୋର ମିଶ୍ର , ଜ୍ଞାନେନ୍ଦ୍ର ପ୍ରସାଦ ତ୍ରିପାଠୀ ନିଜର ବକ୍ତବ୍ୟ ରଖିଥିଲେ । ସଭାକୁ ସଂଯୋଜନା ଓ ଧନ୍ୟବାଦ୍ ପ୍ରଦାନ କରିଥିଲେ ଅକ୍ଷୟ କୁମାର ମିଶ୍ର , ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ଦେଇଥିଲେ ଗଙ୍ଗାଧର ସାହୁ ।

