Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଫଳତା ହିଁ ସଫଳତାର ଚାବିକାଠି

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲାର ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସୋନପୁର ଠାରେ ଅମୂଲ୍ୟମଣି ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଲକ୍ଷ୍ମଣ ମିଶ୍ରଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ମୀନାରାଣୀ ମଙ୍ଗଳ ଯୋଗଦେଇ ଉଦଘାଟନ କରିବା ସହ ଛାତ୍ରଛାତ୍ରୀଙ୍କୁ ଭଳ ମଣିଷ ଭାବେ ଗଢି ତୋଳିବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଉପଦେଶ ଦେଇଥିଲେ। ମୁଖ୍ୟବକ୍ତା ଭାବେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ସତ୍ୟନାରାୟଣ ହୋତା , ସମ୍ମାନୀତ ଅତିଥି ଭାବେ ସୂଚାରୁବାଲା ଦେବୀ , ଏବିଇଓ କୃଷ୍ଣଚନ୍ଦ୍ର ପଣ୍ଡା , ଏବିଇଓ ଫକୀରଚରଣ ଭୋଇ ଯୋଗ ଦେଇଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ପ୍ରଜ୍ଞା ପରମିତା ଦାଶ ବାର୍ଷିକ ବୀବରଣି ପାଠ କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ଭାରତୀ ମେହେର ଧନ୍ୟବାଦ ଅର୍ପଣ ଦେଇଥିଲେ। ଉତ୍ସବର ଦ୍ଵିତୀୟ ପର୍ଯ୍ୟାୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ସିଆରସିସି ବୁଦ୍ଧଦେବ ସା , ସ୍କୁଲ ପରିଚାଳନା ସଭାପତି ଜେମା ବେହେର ଓ ଆଲୁମିନି ସଭାପତି ଗୀତା ଦରୁଆନ ଉପସ୍ଥିତ ଥିଲେ । ସ୍କୁଲର ପ୍ରାରମ୍ଭିକ ନୃତ୍ୟ “ମହାବାହୁ” ଦର୍ଶକକୁ ମନମୁଗ୍ଧ କରିଥିବା ବେଳେ ନୃତ୍ୟବାଟିକା ମାନିନୀ ରାଧା ଦର୍ଶକକୁ ବିମୋହିତ କରିଥିଲା । ଶିକ୍ଷୟିତ୍ରୀ ତୃପ୍ତିପ୍ରଭା ଓ ମମିତା ନୂତ୍ୟ ଦ୍ଵାରା ନୂଆ ଢଙ୍ଗରେ ମଞ୍ଚ ସଞ୍ଚାଳନ କରିଥିବା ବେଳେ ଛାତ୍ରୀ ବିଷ୍ଣୁ, ରୂପେଲି ,ଜ୍ୟୋତି , ପ୍ରାଚୀ ମଞ୍ଚ ପରିଚାଳିତ କରିଥିଲେ। ଶିକ୍ଷକ ବନମାଳୀ ପଧାନ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ‘ଫୁଡଫେଷ୍ଟ’ କୁ ପ୍ରଗତି ଓ ସଂଧ୍ୟାରାଣୀ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମକୁ ସ୍ନେହଲତା , ଅନିତା , ଳୀଳାବତୀ, ଗିରୀଶ ସତ୍ୟବ୍ରତ , ପ୍ରାଣବନ୍ଧୁ ପ୍ରମୁଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ