ବେଆଇନ ଗୋ ଚାଲାଣ , ୮ ଗୋରୁ ଉଦ୍ଧାର, ଜଣେ ଗିରଫ ମହିନ୍ଦ୍ରା ପିକଅପ୍ ଗାଡ଼ି ସହ ୨ଟି ମୋବାଇଲ ଫୋନ୍ ଜବତ
ଝାରସୁଗୁଡା ୩୧/୧(ଓଡିଶା ନ୍ୟୁଜ):ଝାରସୁଗୁଡ଼ା ଜିଲ୍ଲାର ରେଙ୍ଗାଲି ପୁଲିସ ଏକ ବଡ଼ ସଫଳତା ହାସଲ କରିଛି। ବେଆଇନ ଭାବେ ଗୋ ଚାଲାଣ ହେଉଥିବା ସମୟରେ ପୁଲିସ ଏକ ମହିନ୍ଦ୍ରା ପିକଅପ୍ ଗାଡ଼ିକୁ ଅଟକାଇ ୮ଟି ଗୋରୁଙ୍କୁ ଉଦ୍ଧାର କରିଥିବା ସହ ଏଥିରେ ସଂପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଅଞ୍ଚଳର ଏମ୍ଡି ଇସମାଇଲ ବୋଲି ରେଙ୍ଗାଲି ଥାନାର ଭାରପ୍ରାପ୍ତ ଅଧିକାରୀ ସମରେନ୍ଦ୍ର ନାୟକ ସୁଚନା ଦେଇଛନ୍ତି।
ଲିସର ସୂଚନା ଅନୁଯାୟୀ, ଆଜି ଭୋର ସକାଳେ ଓଡ଼ି-୧୬-ବି-୨୩୯୫ ନମ୍ବର ବିଶିଷ୍ଟ ଏକ ମହିନ୍ଦ୍ରା ପିକଅପ୍ ଗାଡ଼ିରେ ଛତିଶଗଡ଼ ରୁ ରାଉରକେଲା ଅଞ୍ଚଳକୁ ବେଆଇନ ଭାବେ ଗୋ ଚାଲାଣ କରା ଯାଉଥିଲା।
ଏ ସମ୍ପର୍କରେ ସୂଚନା ପାଇ ଶ୍ରୀ ନାୟକଙ୍କ ନିର୍ଦ୍ଦେଶରେ ରେଙ୍ଗାଲି ପୁଲିସ ୪୯ ନମ୍ବର ଜାତୀୟ ରାଜପଥର ବାସେନପାଲି (ଖ) ଛକ ନିକଟରେ ଛକି ରହିଥିଲେ । ଏହି ସମୟରେ ଏକ ପିକଅପ୍ ଗାଡ଼ିକୁ ଅଟକାଇ ତଲାଶି କରି ୮ଟି ଗୋରୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଏମଡି ଇସମାଇଲ କୁ ଗିରପ କରିଥିଲେ ଏବଂ ଗାଡ଼ି ସହ ତା ନିକଟରୁ ଦୁଇଟି ମୋବାଇଲ୍ ଫୋନ୍ ଜବତ କରିଥିଲେ ।

