Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋଦୀ ସରକାରଙ୍କୁ କଂଗ୍ରେସର ୯ଟି ପ୍ରଶ୍ନ, ପ୍ରଧାନମନ୍ତ୍ରୀଙ୍କଠୁ କ୍ଷମା ଦାବି କଲା ଦଳ

ନୂଆଦିଲ୍ଲୀ: କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ କେନ୍ଦ୍ର ସରକାରଙ୍କୁ ୯ ବର୍ଷ ପୂରଣ ହେବା ନେଇ ଶୁକ୍ରବାର ୯ଟି ପ୍ରଶ୍ନ କରିଛି। ଦଳ କହିଛି ଦରବୃଦ୍ଧି, ବେରୋଜଗାରୀ ଏବଂ କିଛି ଅନ୍ୟ ପ୍ରସଙ୍ଗରେ କେନ୍ଦ୍ର ସରକାର ନିଜର ପ୍ରତିଶ୍ରୁତି ପୂରା ନକରି ଦେଶ ସହିତ ବିଶ୍ଵାସଘାତ କରିଛି। ଏଥିପାଇଁ କେନ୍ଦ୍ର ସରକାରଙ୍କୁ କ୍ଷମା ମାଗିବା ଉଚିତ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନତାଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ସବୁ କାଳ୍ପନିକ ଥିଲା ଏବଂ କୌଣସି ପ୍ରତିଶ୍ରୁତି ପୂରଣ ହୋଇନାହିଁ।

କଂଗ୍ରେସ ‘୯ ବର୍ଷ ୯ ପ୍ରଶ୍ନ ‘ ଶୀର୍ଷକ ଏକ ପୁସ୍ତିକା ମଧ୍ୟ ଜାରି କରିଛି ଏବଂ ଦଳ କହିଛି ଯେ, ମେ ୨୬ରେ ପ୍ରଧାନମନ୍ତ୍ରୀଙ୍କୁ କ୍ଷମା ଦିବସ ଭାବେ ପାଳନ କରିବା ଉଚିତ୍। ଦଳର ସାଧାରଣ ସଂପାଦକ ଜୟରାମ ରମେଶ କହିଛନ୍ତି, ୯ ବର୍ଷ ପରେ ଆଜି କଂଗ୍ରେସ ୯ଟି ପ୍ରଶ୍ନ କରୁଛି।

ରାହୁଲ ଗାନ୍ଧୀ ଭାରତ ଯୋଡ଼ୋ ଯାତ୍ରା ସମୟରେ ଯେଉଁ ପ୍ରଶ୍ନ କରିଥିଲା, ଏ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ସରକାର ଏହା ଉପରେ କୌଣସି ଜବାବ ଦେଇ ନାହାନ୍ତି। ରାହୁଲ ପ୍ରଶ୍ନ କରିଥିଲେ ଯେ, ପ୍ରଧାନମନ୍ତ୍ରୀ ଜୀ ଦେଶରେ କାହିଁକି ଦରବୃଦ୍ଧି ଏବଂ ବେରୋଜଗାରୀ ଆକାଶଛୁଆଁ ରହିଛି ? ଆର୍ଥିକ ବିଷମତା କାହିଁକି ବଢି ଚାଲିଛି ? କଣ ପାଇଁ କୃଷକଙ୍କ ଆୟ ୨ ଗୁଣ ହୋଇ ପାରିନି ? କୃଷକଙ୍କୁ ଦେଇଥିବା ପ୍ରତିଶ୍ରୁତି ଆଜି ଯାଏ କଣ ପାଇଁ ପୂରଣ ହୋଇ ପାରିନି ? କୃଷକଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ଉପରେ କାହିଁକି ଗ୍ୟାରେଣ୍ଟି ଦିଆଯାଉ ନାହିଁ ? ରମେଶ ଏହା ମଧ୍ୟ ପ୍ରଶ୍ନ କରିଛନ୍ତି ଯେ, ଆଦାନୀଙ୍କୁ ଫାଇଦା ଦେବା ପାଇଁ ଏସବିଆଇ ଏବଂ ଏଲଆଇସିରେ ଲୋକଙ୍କ ଜମା ରାଶିକୁ ଆଦାନୀ ଗ୍ରୁପର ଅନେକ ସଂସ୍ଥାରେ ନିବେଶ କରାଯାଇଛି।

ଜୟରାମ ରମେଶ ଏହା ପଚାରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆପଣ ଚୀନକୁ ନାଲି ଆଖି ଦେଖାଇବା ଜାଗାରେ ଚୀନକୁ କ୍ଲିନ ଚିଟ୍ ଦେଇ ଦେଲେ। ନିର୍ବାଚନୀ ଫାଇଦା ଏବଂ ରାଜନୈତିକ ଫାଇଦା ପାଇଁ ଆପଣ ଦେଶରେ କାହିଁକି ଭୟର ମାହୋଲ ଉତ୍ପନ କଲେ। ପ୍ରଧାନମନ୍ତ୍ରୀ ଆପଣ ଦେଶର ମହିଳା, ଦଳିତ, ଆଦିବାସୀ ଏବଂ ସଂଖ୍ୟାଲଘୁ ଉପରେ ଅତ୍ୟାଚାରକୁ ନେଇ କାହିଁକି ନିରବ ରହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ