ମା’ ତାରାତାରିଣୀଙ୍କ ପୀଠରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଶୁଭାରମ୍ଭ! ଲାଭାର୍ଥୀଙ୍କୁ ଦିଆଯିବ ୬୦ ହଜାର ଟଙ୍କା
ଭୁବନେଶ୍ୱର,୩|୧ : ବିବାହ ଯୋଗ୍ୟା ପୁଅ ଏବଂ ଝିଅଙ୍କ ପାଇଁ ବଡ ଘୋଷଣା | ବିବାହ ପାଇଁ ରାଜ୍ୟ ସରକାର ଯୋଗାଇଦେବେ ସାହାଯ୍ୟ | ବାଧକ ସାଜିବନି ଅର୍ଥ | ଖୁବଶୀଘ୍ର ରାଜ୍ୟରେ କାର୍ଯ୍ୟକାରୀ ହେବା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା । ଏନେଇ ସରକାର ପୂର୍ବରୁ ଘୋଷଣା କରିଥିଲେ | ଆଉ ଏବେ ଏହି ଯୋଜନା ଲାଗୁ ହେବାକୁ ଯାଉଛି | ଗଞ୍ଜାମ ଜିଲ୍ଲାର ମା’ ତାରାତାରିଣୀଙ୍କ ପିଠରୁ ଏହି ଯୋଜନାର ଶୁଭାରମ୍ଭ କରାଯିବ। ମା’ ତାରାତାରିଣୀଙ୍କ ପିଠରୁ ଏହି ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ |
ରାଜ୍ୟ ସରକାରଙ୍କ ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଏହି ଯୋଜନାର ଆରମ୍ଭ କରାଯାଇଛି | ଏହି ଯୋଜନାରେ ୧୮ରୁ ୩୫ ବର୍ଷ ବୟସ ପର୍ୟ୍ୟନ୍ତ ଝିଅ ଓ ୨୧ରୁ ୩୫ ବର୍ଷ ପର୍ୟ୍ୟନ୍ତ ପୁଅ ସାମିଲ ହୋଇପାରିବେ । ଯୋଜନାର ଲାଭ ପାଇବାକୁ ଥିବା ଯୋଗ୍ୟ ପ୍ରାଥୀଙ୍କୁ ମିଳିବ ୬୦,୦୦୦ ଟଙ୍କା | ମା’ ତାରାତାରିଣୀ ପୀଠରେ, ମୁଖ୍ୟମନ୍ତ୍ରୀ ସାଢେ ୧୧ଟାରେ ଏହି ଯୋଜନାକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଶୁଭାରମ୍ଭ କରିବେ | ତେବେ ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

