ଭିଜିଲାନ୍ସ ହାତରେ ଟାଟା ପାୱାର କମ୍ପାନୀର କନିଷ୍ଠ ଯନ୍ତ୍ରୀ
ମାଲକାନଗିରି,୩।୨: କନିଷ୍ଠ ଯନ୍ତ୍ରୀଙ୍କୁ ଧରିଛି ଭିଜିଲାନ୍ସ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ମାଲକାନଗିରି ଜିଲ୍ଲାର ଟାଟା ପାୱାର କମ୍ପାନୀର କନିଷ୍ଠ ଯନ୍ତ୍ରୀ ପ୍ରଦେଶ ପ୍ରସାଦ ନାୟକ ଧରିଛି ଭିଜିଲାନ୍ସ ବିଭାଗ । ଏକ ସିମେଣ୍ଟ ଇଟା ତିଆରି କରିବା କମ୍ପାନୀକୁ ବିଦ୍ୟୁତ ସଂଯୋଗ କରିବା ଲାଗି ଉକ୍ତ ଜେଇ ଜଣକ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ହିତାଧିକାରୀ ଜଣକ ଟଙ୍କା ନେଇ ଏକ ବହି ଦୋକାନରେ ଦେଇଥିବା ସମୟରେ ଭିଜିଲାନ୍ସ ବିଭାଗ ତାଙ୍କୁ ଧରିଥିଲା । ଯନ୍ତ୍ରୀ ପ୍ରଦେଶ ପ୍ରସାଦ ନାୟକଙ୍କୁ ଡିଭିଜନ ଅଫିସକୁ ନେଇ ପଚରା ଉଚୁରା କରୁଛି ଭିଜିଲାନ୍ସ ବିଭାଗ ।

