Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏୟାର୍ ଇଣ୍ଡିଆ ଏବଂ ଇଣ୍ଡିଗୋ ବିମାନର ଡେଣା ଭିତରେ ଧକ୍କା! ଦୁର୍ଘଟଣାର ତଦନ୍ତ ଆରମ୍ଭ

ମୁମ୍ବାଇ,୪|୧: ମୁମ୍ବାଇର ବିମାନ ବନ୍ଦରରେ ବଡ ଅଘଟଣ ଘଟିବା ପୂର୍ବରୁ ଟଳିଯାଇଛି | ବିମାନ ବନ୍ଦରରେ ଦୁଇ ପ୍ରମୁଖ କମ୍ପାନୀର ବିମାନର ଡେଣା ମଧ୍ୟରେ ଧକ୍କା ହୋଇଛି | ଏୟାର୍ ଇଣ୍ଡିଆର ବିମାନ ଏବଂ ଇଣ୍ଡିଗୋ ବିମାନର ଡେଣା ଭିତରେ ହୋଇଛି ଧକ୍କା । ଏଥିରେ କୌଣସି ପ୍ରକାରର କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି। ତେବେ ଦୁର୍ଘଟଣା ପରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟର ଅଧିକାରୀ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିଥିଲେ ।

ସୂଚନା ଅନୁସାରେ, ଘଟଣା ଘଟିବା ସମୟରେ ଉଭୟ ବିମାନ ଟ୍ୟାକ୍ସିୱେରେ ଉଡ଼ାଣ ଭରିବା ପାଇଁ ଅପେକ୍ଷା କରିଥିଲା । ମୁମ୍ବାଇରୁ କୋଏମ୍ବାଟୁର ଅଭିମୁଖେ ଉଡାଣ ଭରିବାକୁ ଥିବା ଏୟାର ଇଣ୍ଡିଆର ବିମାନ ଏଆଇ ୨୭୩୨ ଉଡ଼ାଣ ପୂର୍ବରୁ ଟ୍ୟାକ୍ସିୱେରେ ଅପେକ୍ଷା କରିଥିବା ବେଳେ ଇଣ୍ଡିଗୋ ବିମାନର ଡେଣା ସଂସ୍ପର୍ଶରେ ଆସିଥିଲା । ଯେଉଁଥିରେ ବିମାନର ଡେଣା କ୍ଷତିଗ୍ରସ୍ତ ହୋଇଥିଲା। ଇଣ୍ଡିଗୋ ବିମାନଟି ହାଇଦ୍ରାବାଦରୁ ଆସି ମୁମ୍ବାଇ ବିମାନବନ୍ଦରରେ ଅବତରଣ କରିଥିଲା । ଏହି ଦୁର୍ଘଟଣା ପରେ, ଉଭୟ ବିମାନର ବୈଷୟିକ ଯାଞ୍ଚ କରାଯାଉଛି | ତାହା ସହିତ ବିମାନରୁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଓହ୍ଲାଇ ଦିଆଯାଇଥିବା ଜଣାପଡିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ