Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏ ବର୍ଷରୁ ପଞ୍ଚମ, ଅଷ୍ଟମରେ ଫେଲ୍ ବ୍ୟବସ୍ଥା: ମାର୍ଚ୍ଚ ୬ରୁ ୭ ମୌଖିକ, ୭ରୁ ୧୩ ତାରିଖ ପର୍ଯ୍ୟନ୍ତ ଲିଖିତ ପରୀକ୍ଷା

ଭୁବନେଶ୍ୱର,୪|୨: ଆରମ୍ଭ ହେବ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବାର୍ଷିକ ପରୀକ୍ଷା | ତାହା ସହିତ ପାସ୍, ଫେଲର ବ୍ୟବସ୍ଥା ମଧ୍ୟ ରହିବ । ଆସନ୍ତା ମାର୍ଚ୍ଚ ୬ରୁ ଆରମ୍ଭ ହେବ | ପ୍ରଥମରୁ ଚତୁର୍ଥ, ଷଷ୍ଠରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସମେଟିଭ୍ ଆସେସ୍ମେଣ୍ଟ-୨ ହେବ। ସେହିପରି ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କର ବାର୍ଷିକ ପରୀକ୍ଷା ଆରମ୍ଭ ହେବ | ମାର୍ଚ୍ଚ ୬ରୁ ୭ ତାରିଖ ପର୍ଯ୍ୟନ୍ତ ମୌଖିକ ପରୀକ୍ଷା ଥିବାବେଳେ ୭ରୁ ୧୩ ତାରିଖ ଲିଖିତ ପରୀକ୍ଷା ହେବ । ଏହା ପରେ ଫଳାଫଳ ପ୍ରକାଶ ପାଇବା ପରେ ମାର୍ଚ୍ଚ ୧୬ରୁ ଏପ୍ରିଲ୍ ୧୫ ତାରିଖ ମଧ୍ୟରେ ପରୀକ୍ଷାରେ ଫେଲ୍ ହୋଇଥିବା କିମ୍ବା କମ୍ ମାର୍କ ରଖିଥିବା ପିଲାଙ୍କର ପାସ ପାଇଁ ଅନ୍ୟ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବ।

ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟସୂଚୀ ଜାରି କରାଯାଇଛି । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬ ତାରିଖରେ ମାତୃଭାଷା, ପରିବେଶ ଓ ସାମାଜିକ ବିଜ୍ଞାନର ପରୀକ୍ଷା ହେବ । ସେହିପରି ୭ରେ ଗଣିତ ପରୀକ୍ଷା ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ହେବ । ତୃତୀୟରୁ ପଞ୍ଚମ ଶ୍ରେଣୀ ପିଲାଙ୍କର ଇଂରାଜୀର ମୌଖିକ ପରୀକ୍ଷା ମଧ୍ୟ ହେବ । ୯ ତାରିଖରୁ ସକାଳ ୭ଟାରୁ ୯ଟାରୁ ପ୍ରଥମ ସିଟିଂରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ମାତୃଭାଷା ପରୀକ୍ଷା ହେବାକୁ ଥିବାବେଳେ ଦ୍ୱିତୀୟ ସିଟିଂରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଯାଏ ଇତିହାସ ପରୀକ୍ଷା ହେବ | ସେହିପରି ୧୦ ତାରିଖରେ ପ୍ରଥମ ସିଟିଂରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ଗଣିତ ଓ ଷଷ୍ଠରୁ ଅଷ୍ଟମ ପିଲାଙ୍କର ଦ୍ୱିତୀୟ ସିଟିଂରେ ଚିତ୍ରାଙ୍କନ ପରୀକ୍ଷା ହେବ ।

ଏହାସହିତ ୧୧ ତାରିଖରେ ପ୍ରଥମ ସିଟିଂରେ ପ୍ରଥମରୁ ଚତୁର୍ଥ ଶ୍ରେଣୀ ଯାଏ ପରିବେଶ, ପଞ୍ଚମ ଶ୍ରେଣୀର ସାମାଜିକ ପାଠ, ଷଷ୍ଠ ଶ୍ରେଣୀରୁ ଅଷ୍ଟମ କ୍ଲାସ ପର୍ଯ୍ୟନ୍ତ ବିଜ୍ଞାନ ପରୀକ୍ଷା ହେବ । ସେହିପରି ୧୨ ତାରିଖରେ ପ୍ରଥମରୁ ପଞ୍ଚମ ଯାଏ ଚିତ୍ରାଙ୍କନ ପରୀକ୍ଷା ଏବଂ ଷଷ୍ଠରୁ ଅଷ୍ଟମ ଯାଏ ଭୂଗୋଳ ପରୀକ୍ଷା ହେବ । ୧୩ ତାରିଖରେ ତୃତୀୟରୁ ଅଷ୍ଟମ ଯାଏ ଇଂରାଜୀ ପରୀକ୍ଷା ହେବ । ଦ୍ୱିତୀୟ ସିଟିଂରେ ଷଷ୍ଠରୁ ଅଷ୍ଟମ ଯାଏ ହିନ୍ଦୀ ଓ କେବଳ ଅଷ୍ଟମ ଶ୍ରେଣୀର ସଂସ୍କୃତ ପରୀକ୍ଷା ହେବ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ