ଜାତୀୟ ରାଜଧାନୀ ଦିଲ୍ଲୀରେ ମହିଳା ଏବଂ ଶିଶୁ ଅସୁରକ୍ଷିତ! ୧୫ ଦିନ ମଧ୍ୟରେ ୮୦୭ ନିଖୋଜ
ଦିଲ୍ଲୀରୁ ଏକ ଗଭୀର ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ୨୦୨୬ ମସିହା ଜାନୁଆରୀ ମାସର୧୫ ଦିନ ମଧ୍ୟରେ ୮୦୭ ଜଣ ଲୋକ ନିଖୋଜ ହୋଇଥିବା ତଥ୍ୟ ଦିଲ୍ଲୀ ପୋଲିସର ରେକର୍ଡରେ ଦର୍ଶାଯାଇଛି । ଏହାମଧ୍ୟରୁ ୫୦୦ରୁ ଅଧିକ ମହିଳା ଓ ଶିଶୁ ଥିବା ବେଳେ, ପ୍ରତିଦିନ ସାଧାରଣତଃ ୫୪ ଜଣ ନିଖୋଜ ହେବାର ଅଭିଯୋଗ ଆସୁଛି । ପୋଲିସ ଏହି ମାମଲାରେ ୨୩୫ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ୫୭୨ ଜଣ ଏପର୍ଯ୍ୟନ୍ତ ଅନୁସନ୍ଧାନର ବାହାରେ ଅଛନ୍ତି ।
ପୋଲିସ ର ତଥ୍ୟ ଅନୁସାରେ, ୧୯୧ ଜଣ ଶିଶୁ ନିଖୋଜ ହୋଇଛନ୍ତି ଯାହା ମଧ୍ୟରୁ ୧୪୬ ଜଣ ନାବାଳିକା ଥିବା ବେଳେ ବାକି ୪୫ ନାବାଳକ ରହିଛନ୍ତି । ଏହା ଶିଶୁ ଏବଂ ମହିଳାଙ୍କ ସୁରକ୍ଷାକୁ ନେଇ ଗମ୍ଭୀର ପ୍ରଶ୍ନ ସୃଷ୍ଟି ହୋଇଛି । ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତିଯେ, ନିଖୋଜ କିଶୋରୀଙ୍କ ମଧ୍ୟରୁ ପ୍ରାୟ ୭୧ ପ୍ରତିଶତ ମାମଲା ପୋଲିସର ରେକର୍ଡ ବାହାରେ ରହିଛି । ଏହାମଧ୍ୟରେ ୬୧୬ ଜଣଙ୍କର ନିଖୋଜ ହୋଇଥିବା ରିପୋର୍ଟ ଥାନାରେ ଅଭିଯୋଗ କରାଯାଇଥିଲା | ଯେଉଁଥିରେ ୩୬୩ ଜଣ ମହିଳା ଥିବାବେଳେ ୨୫୩ ଜଣ ପୁରୁଷ ଥିଲେ, ଏବଂ ୪୩୫ ଜଣ ବୟସ୍କ ଏପର୍ଯ୍ୟନ୍ତ ଅନୁସନ୍ଧାନର ବାହାରେ ରହିଛନ୍ତି |
ଦିଲ୍ଲୀରେ, ଜାନୁଆରୀ ମାସର ପ୍ରଥମ ଦୁଇ ସପ୍ତାହର ନିଖୋଜ ହୋଇଥିବା ସଂଖ୍ୟା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି | ତେବେ ଗତ ବର୍ଷ, ସହରରେ ୨୪,୫୦୦ ନିଖୋଜ ବ୍ୟକ୍ତିଙ୍କ ମାମଲା ରିପୋର୍ଟ ହୋଇଥିଲା, ଯେଉଁଥିରେ ୬୦ ପ୍ରତିଶତ ମାମଲା ମହିଳାଙ୍କର ନିଖୋଜ ହେବ ନେଇ ଅଭିଯୋଗ ରହିଥିଲା | ୨୦୨୫ ମସିହାରେ ବାର୍ଷିକ ସଂଖ୍ୟା ପ୍ରତି ୧୫ ଦିନରେ ହାରାହାରି 1,୦୦୦ ନିଖୋଜ ବ୍ୟକ୍ତିଙ୍କ ରିପୋର୍ଟରେ ପରିଣତ ହୋଇଛି | ଯାହା ଏବେ ଚିନ୍ତାର ବିଷୟ ହୋଇଛି | ଏଥିରୁ ସ୍ପଷ୍ଟ ହେଉଛି ଯେ,ଦେଶର ରାଜଧାନୀ ଦିଲ୍ଲୀ ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ଅସୁରକ୍ଷିତ ହୋଇ ପଡିଛି | ଉଭୟ ସରକାର ଏବଂ ପୋଲିସ ପ୍ରଶାସନ ଏଥିପ୍ରତି ସଜାଗ ରହିବ ଆବଶ୍ୟକ |

