Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହିଳା ଅତିରିକ୍ତ ତହସିଲଦାରଙ୍କୁ ନିର୍ଯାତନା ଅଭିଯୋଗ !ମାମଲା ରୁଜୁ ହେବା ପରେ ଅଭିଯୁକ୍ତ ପିଇଓଙ୍କ ବିଷପିଇ ଆତ୍ମହତ୍ୟା ଉଦ୍ୟମ

ଦିଗପହଣ୍ଡି,୭।୨:ତହସିଲଦାରଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ । ସରକାରୀ ଡ୍ୟୁଟିରେ ଥିବା ସମୟରେ ମହିଳା ତହସିଲଦାରଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବାର ଅଭିଯୋଗ ଆସିଛି । ଜଣେ ପଞ୍ଚାୟତ ନିର୍ବାହୀ ଅଧକାରୀଙ୍କ ନାଁରେ ଆସିଛି ଏପରି ସାଙ୍ଘାତିକ ଅଭିଯୋଗ । ଏନେଇ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି । ଏହା ଜାଣିବା ପରେ ଅଭିଯୁକ୍ତ ପିଇଓ ଜଣକ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଏମ୍‌କେସିଜି ଆଇସିୟୁରେ ଭର୍ତ୍ତି କରାଯାଇଛି ।

ଏଭଳି ଏକ ଚାଂଚଲ୍ୟକର ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ସୁନାପୁର ବେଳାଭୂମି ମହୋତ୍ସବର ପ୍ରଥମ ଦିନରେ । ଗତ ୩ ତାରିଖରେ ବେଳାଭୂମି ମହୋତ୍ସବ ଉଦ୍ଘାଟନ ଉତ୍ସବ ଅବସରରେ ଏକ ଗଣଦୌଡ଼ ଅନୁଷ୍ଠିତ ହୋଇଥିଲା । ଏବଂ ଏହି କାର୍ଯ୍ୟକ୍ରମରେ ଜଣେ ମହିଳା ଅତିରିକ୍ତ ତହସିଲଦାର ଡ୍ୟୁଟିରେ ନିୟୋଜିତ ଥିଲେ। ହଠାତ୍ ଗହଳି ଭିତରେ ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ ତାଙ୍କୁ ଅସଂଜତ ବ୍ୟବହାର କରିବା ସହ ଯୌନ ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଛନ୍ତି ।

ଏନେଇ ପୀଡ଼ିତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଗୋଳନ୍ଥରା ଥାନାରେ ଏ ସମ୍ପର୍କିତ ଏକ ମାମଲା ରୁଜୁ ହୋଇଛି। ବିଭାଗୀୟ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଆଗରେ ପୀଡ଼ିତା ଅଭିଯୋଗ କରିବା ପରେ ଅତିରିକ୍ତ ଉପଜିଲ୍ଲାପାଳଙ୍କୁ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ମିଳିବା ପରେ ପୋଲିସ ପକ୍ଷରୁ ଘଟଣା ସମୟର ଭିଡିଓ ଫୁଟେଜ୍ ସଂଗ୍ରହ କରିବାକୁ ଉଦ୍ୟମ ଜାରି ରହିଛି।

ଅନ୍ୟପଟେ, ଥାନାରୁ ଡକରା ପାଇ ପିଇଓ ଜଣକ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତେବେ ପରେ ପରିବାର ତରଫରୁ ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ଏମ୍କେସିଜିରେ ମେଡିକାଲରେ ଭର୍ତ୍ତି କରାଯାଇଛି । ସେ ଏବେ ସଙ୍କଟାପନ୍ନ ଅବସ୍ଥାରେ ଆଇସିୟୁରେ ରହିଛନ୍ତି । ୩ ଜଣିଆ ଡାକ୍ତରୀଦଳ ତାଙ୍କର ଚିକିତ୍ସା କରୁଛନ୍ତି । ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖାଯାଇଛି ବୋଲି ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ