Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁରୁଷ ଟି-୨୦ ବିଶ୍ବକପ୍ ଟକ୍କର! ଭାରତ ଏବଂ ଶ୍ରୀଲଙ୍କାରେ ହେଵ ସମସ୍ତ ମ୍ୟାଚ୍

ନୂଆଦିଲ୍ଲୀ,୭।୧: ପୁରୁଷ ଟି-୨୦ ବିଶ୍ବକପ୍ ଟକ୍କର। ଭାରତ ଏବଂ ଶ୍ରୀଲଙ୍କାରେ ଟ୍ବେଣ୍ଟି-୨୦ ବିଶ୍ବକପର ଦଶମ ସଂସ୍କରଣ ଖେଳାଯିବ। ତେବେ ଉଦଘାଟନୀ ଦିବସରେ ଭାରତର ଦୁଇଟି ସହର କୋଲକାତା ଓ ମୁମ୍ବାଇ ଏବଂ ଶ୍ରୀଲଙ୍କାର କଲମ୍ବୋରେ ମୋଟ ୩ ମ୍ୟାଚ୍ ଖେଳାଯିବ। କଲମ୍ବୋରେ ଦିନ ୧୧ଟାରେ ଗ୍ରୁପ୍ -ଏ’ରେ ପାକିସ୍ତାନ ଓ ନେଦରଲାଣ୍ଡ୍ସ ମଧ୍ୟରେ ମ୍ୟାଚ୍ ଆରମ୍ଭ ହୋଇଛି।

ଏହାପରେ ଅପରାହ୍ଣ ୩ଟାରେ ଗ୍ରୁପ୍ -ସି’ର ଏକ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ଏବଂ ସ୍କଟଲାଣ୍ଡ କୋଲକାତାରେ ଖେଳିବାର ରହିଛି। ସେହିପରି ଶେଷ ମ୍ୟାଚ୍ ମୁମ୍ବାଇରେ ରାତି ୭ଟାରେ ଖେଳାଯିବ।

ଏଥର ଟ୍ବେଣ୍ଟି-୨୦ ବିଶ୍ବକପରେ ସମୁଦାୟ ୨୦ଟି ଦଳ ଅଂଶଗ୍ରହଣ କରୁଥିବା ବେଳେ ବାଂଲାଦେଶ ବିଦା ହେବା ଏବଂ ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ପାକିସ୍ତାନ ମନା କରିବା ଭଳି ବିବାଦୀୟ ଘଟଣା ମଧ୍ୟ ସାମ୍ନାକୁ ଆସିଛି।

ଆସନ୍ତା ମାର୍ଚ୍ଚ ୮ ତାରିଖରେ ଫାଇନାଲ୍ ମ୍ୟାଚ୍ ସହ ଏହି ପ୍ରତିଯୋଗିତା ଶେଷ ହେବ। ଭାରତ କ୍ରିକେଟ ଦଳ ଗତ ସଂସ୍କରଣର ବିଜୟ ଲାଭ କରିଥିଲା ତେଣୁ ଘରୋଇ ପରିବେଶରେ ଜିତି ନୂଆ ଧାରା ଆରମ୍ଭ କରିବ ବୋଲି ଆଶା ରହିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ