Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜିଠୁ ଆନ୍ଦୋଳନକୁ ଓଲ୍ହାଇବ ବିଦ୍ୟୁତ୍ କର୍ମଚାରୀ ସଂଗ୍ରାମ ମହାମଞ୍ଚ

ଭୁବନେଶ୍ୱର,୯|୧: ଆନ୍ଦୋଳନକୁ ଓଲ୍ହାଇବ ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ସଂଗ୍ରାମ ମହାମଞ୍ଚ | ରହିଛି ବିଭିନ୍ନ ପ୍ରକାରର ଦାବି | ଆଜିଠୁ ୧୩ ତାରିଖ ପର୍ଯ୍ୟନ୍ତ କର୍ମଚାରୀମାନେ କଳାବ୍ୟାଜ୍ ପରିଧାନ କରିବେ। ଆସନ୍ତା ୧୩ ତାରିଖ ଦିନ ଟିପିସିଓଡିଏଲର ୨୦ଟି ଡିଭିଜନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ସେହିପରି ୧୭ ତାରିଖ ରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଖ୍ୟ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ଏବଂ ଧାରଣା ଜାରି ରହିବ। କର୍ମଚାରୀଙ୍କଠାରୁ ଇଞ୍ଜିନିୟରଙ୍କ ପର୍ଯ୍ୟନ୍ତ ଏହି ପ୍ରତିବାଦକୁ ସମର୍ଥନ କରିବାକୁ ମହାମଞ୍ଚ ପକ୍ଷରୁ ଅନୁରୋଧ କରାଯାଇଛି। କର୍ମଚାରୀଙ୍କ ଇପିଏଫ୍ ଟଙ୍କା ପଇଠ ନହେବା, ମୂଳସ୍ତରର ପଦବୀ ପୂରଣ ନ କରିବା, ଅଯଥା କର୍ମଚାରୀଙ୍କୁ ଛଟେଇ କରାଯିବା ଭଳି ସମସ୍ୟାକୁ ନେଇ ମହାମଞ୍ଚ ପକ୍ଷରୁ ଆନ୍ଦୋଳନର ପଦ୍ଧତି ଆପଣାଇବାକୁ ନିଷ୍ପତ୍ତି ହୋଇଛି। ଏନେଇ ଶକ୍ତି ସଚିବ, ଶ୍ରମ ଆୟୁକ୍ତ, ବିଦ୍ୟୁତ୍ ନିୟାମକ ଆୟୋଗ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଥିଲେ ବି କିଛି ସୁଫଳ ମିଳିନଥିବା ମହାମଞ୍ଚର ଆବାହକ ଶରତ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ତେବେ ଏହି ଆନ୍ଦୋଳନରେ ୯ଟି ସଂଘର ନେତୃବୃନ୍ଦ ଏବଂ ବହୁ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ସର୍ବସମ୍ମତିକ୍ରମେ ବିକ୍ଷୋଭ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ