Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଜ ସର୍ଭିସ୍ ବନ୍ଧୁକରୁ ନିଜକୁ ନିଜେ ଗୁଳି କଲେ CRPF ଯବାନ!

ରାଉରକେଲା,୯।୨: ନିଜକୁ ନିଜେ ଗୁଳିକଲେ ସିଆରପିଏଫ୍ ଯବାନ। ନିଜ ସର୍ଭିସ୍ ବନ୍ଧୁକରୁ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ | ଆଜି ସକାଳେ ରାଉରକେଲା ପୋଲିସ ଜିଲ୍ଲାର ଲାଠିକଟା ଥାନା ଅନ୍ତର୍ଗତ ମାତକମଝରଣ ସିଆରପିଏଫ୍ କ୍ୟାମ୍ପରେ ଏଭଳି ଅଘଟଣ ଘଟିଛି।

ସୂଚନା ଅନୁସାରେ, ଆଜି ସକାଳେ ସିଆରପିଏଫ୍ ହାବିଲଦାର ସୁବାସ ପ୍ରସାଦ ନିଜ ସର୍ଭିସ୍ ବନ୍ଧୁକରୁ ନିଜ ଉପରକୁ ଗୁଳି ଚଳାଇଥିଲେ। କ୍ୟାମ୍ପରେ ଗୁଳି ଫୁଟିବା ଶୁଣି ସାଥୀ ଯବାନମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ | ସେଠାରେ ହାବିଲଦାର ସୁବାସ ପ୍ରସାଦ ସର୍ଭିସ୍ ବନ୍ଧୁକରୁ ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କରିଥିବା ଦେଖିଥିଲେ। ଏନେଇ ସୂଚନା ପାଇ ଲାଠିକଟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଆରଜିଏଚକୁ ଆଣିଛି। ମୃତ ଯବାନଙ୍କ ଘର ଉତ୍ତର ପ୍ରଦେଶରେ ବୋଲି ଜଣାପଡିଛି । ତେବେ ସେ କାହିଁକି ଆତ୍ମହତ୍ୟା କଲେ? ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ